ଆଜି ହେବ ପ୍ରସିଦ୍ଧ କଢ଼େଲ ରଥଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ କଢେଲ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ରଥଯାତ୍ରା ଦୁଇ ଦିନ ଧରି ମହାସମାରୋହରେ ପାଳନ ହୁଏ । ପ୍ରଥମ ଦିନ ପହଣ୍ଡି ସହ ରଥା ରୁଢ଼ରେ ତିନି ଦିଅଁକୁ ରଖାଯାଇଥାଏ ଏବଂ ଦ୍ୱିତୀୟ ଦିନରେ ଦିଅଁଙ୍କୁ ନେଇ ମାଉସୀ ମା’ ଘରକୁ ଭକ୍ତମାନେ ନେଇଥାନ୍ତି । ସୁଭଦ୍ରାଙ୍କ ରଥକୁ ମା’ମାନେ ଟାଣି ଟାଣି ନେବା ସହ ତିନି ରଥରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ବଲାଙ୍ଗିର, ବୌଦ୍ଧ, ଫୁଲବାଣୀ, ନୂଆପଡା ଆଦି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୁଏ । ବ୍ୟବସାୟୀଙ୍କ ପାଇଁ ଏକ ବ୍ୟବସାୟ କେନ୍ଦ୍ର ପାଲଟି ଥାଏ କଢେଲ ରଥଯାତ୍ରା । ତେବେ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସୁରକ୍ଷାକୁ ଦୃଷ୍ଟି ଦେଇ ଥାଏ । ତଥାପି ରଥ ଯାତ୍ରାରୁ ବାହାରି ମ.ରାମପୁର ରାସ୍ତା, କେସିଙ୍ଗା ରାସ୍ତା ଆଦିରେ ଦୃତ ଗାଡ଼ି ଚାଳନା ଦେଖିବାକୁ ମିଳେ । ଗତ ବର୍ଷ ଜଣଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ମଧ୍ୟ ହେଇଥିଲା । ତେଣୁ ଏଇ ଦୁଇ ରାସ୍ତାରେ ଯାତ୍ରା ପରେ ଭିଡ଼ ନିୟନ୍ତ୍ରଣ କରିବା ଦିଗରେ ପୁଲିସ୍ ବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.