ବମକ ଗ୍ରାମ ପଞ୍ଚାୟତରେ ଯୋଗ ଦିବସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକର ବମକ ଗ୍ରାମ ପଞ୍ଚାୟତ ସ୍ଥିତ ଅମୃତ ସରୋବର ପାର୍ଶ୍ୱରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଇଯାଇଛି । ବମକ ସରପଞ୍ଚ ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯୋଗ ଦିବସରେ ଯୋଗ ଗୁରୁ କ୍ଷମା ଶୀଳ ମାଝୀ ଯୋଗ ଶିକ୍ଷା ଦେବା ସହ ଜୀବନରେ ଯୋଗ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ପଞ୍ଚାୟତର ଯୁବକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ ସହଯୋଗ କରିଥିଲେ ।

Leave A Reply

Your email address will not be published.