ପୁଇଁନ୍ତଲା ଯୁବ ଡୁମାଲ ପରିଷଦ ପକ୍ଷରୁ ବୈଠକ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଦଶପୁର ଗ୍ରାମଠାରେ ଯୁବ ଡୁମାଲ ପରିଷଦ, ପୁଇଁନ୍ତଲାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିରୋଜ ଥାଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଶପୁର ଚକର ସଭାପତି ହାଡୁ ମହାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡୁମାଲ ସମାଜର ସାଂଗଠାନିକ ରୂପରେଖ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଗୁପ୍ତେଶ୍ୱର ଛୁରିଆ ଡୁମାଲ ସମାଜର ସଂସ୍କୃତି, ଐତିହ୍ୟ ପରଂପରା ଉପରେ ଆଲୋକପାତ କରିଥିଲେ । ଦଶପୁର ଗ୍ରାମ ପଂଚାୟତର ସମିତି ସଭ୍ୟ ବ୍ରଜକିଶୋର ମେର୍ଲି ଡୁମାଲ ସମାଜର କୈାଳିକ ବୃତ୍ତି କୃଷି ଓ ଗୋପାଳନ ଉପରେ ସରକାରଙ୍କ ଠାରେ ଚାପ ପ୍ରୟୋଗ କରି ନିଜର ଅଧିକାର ସାବ୍ୟସ୍ତ କରିବାକୁ ମତବ୍ୟକ୍ତ କରିଥିଲେ । ବୁଢିସିଣ୍ଢୋଲ କେନ୍ଦ୍ରରୁ ନାରାୟଣ କମ୍ପ, ମୀନକେତନ ଡାଙ୍ଗ, ସୁଦାମ ଡାଙ୍ଗ, ବେଣୁଧର ମହାକୁର, ଅର୍ଜୁର୍ଣ୍ଣା କେନ୍ଦ୍ରରୁ ଦେବରାଜ ଅମାତ, ବାସୁଦେବ ବସ୍ତିଆ ଯୋଗ ଦେଇଥିଲେ । ମଧୁସୂଦନ କ୍ଷେତି ସଭା ପରିଚାଳନା କରିଥିବା ବେଳେ ଓ ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଦଶପୁର ସ୍ଥିତ ମାହେଶ୍ୱରୀ ମନ୍ଦିର ଠାରୁ ଜ୍ୟୋତି ଅଣାଯାଇ ସଭାସ୍ଥଳରେ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରୋଜ ଥାଟି, ଭୀମସେନ କରନ୍‌, ସତ୍ୟାନନ୍ଦ ମହାକୁର, ସୁରଥ ମହାକୁର, ରଞ୍ଜିତ ବସ୍ତିଆ, ସଞ୍ଜିତ ବସ୍ତିଆ, ରାଧାକାନ୍ତ ମହାକୁର, ପଞ୍ଚାନନ ଡାଙ୍ଗ, ଚମ୍ପେଶ୍ୱର ଡାଙ୍ଗ, ଭଜମନ ମହାକୁର, ଅମାରବିନ୍ଦ ପଧାନ, ଅଶୋକ ମେର୍ଲି, ନୀଳାଞ୍ଚଳ ଥାଟି ସହଯୋଗ କରିଥିଲେ । ପ୍ରଦୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.