ଆମ୍ ଆଦମୀ ପାର୍ଟି ପକ୍ଷରୁ କୃଷକମାନଙ୍କର ‘ଭାରତ ବ‌ନ୍ଦ’ ଆ‌ହ୍ୱାନକୁ ସମର୍ଥନ

ନୂଆଦିଲ୍ଲୀ : ନୂତନ କୃଷି ନିୟମକୁ ବିରୋଧ କରି ଆମ୍ ଆଦମୀ ପାର୍ଟି (ଆପ୍‌) କୃଷକ ସଂଗଠନଗୁଡ଼ିକ ଦ୍ୱାରା ‘ଭାରତ ବନ୍ଦ’ ଆହ୍ୱାନକୁ ସମର୍ଥନ କରିଛନ୍ତି । ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ସାରା ଦେଶରେ କର୍ମୀମାନେ ଏହି ଧର୍ମଘଟକୁ ସମର୍ଥନ କରିବେ । କୃଷକମାନଙ୍କୁ ସହାୟତା କରିବାକୁ ସେ ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ୮ ଡିସେମ୍ବରରେ ‘ଭାରତ ବ‌ନ୍ଦ’ ପାଇଁ କୃଷକଙ୍କ ଆହ୍ୱାନକୁକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି । ସାରା ଦେଶରେ ଆପ୍‌ କର୍ମୀମାନେ ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ସମର୍ଥନ କରିବେ । ସମସ୍ତ ଦେଶବାସୀଙ୍କୁ ଏକ ନିବେଦନ ଅଛି ଯେ, ସମସ୍ତେ ଚାଷୀଙ୍କୁ ସମର୍ଥନ କରନ୍ତୁ ଏବଂ ଏଥିରେ ଅଂଶଗ୍ରହଣ କରନ୍ତୁ ବୋଲି ସେ କହିଛ‌ନ୍ତି ।

Leave A Reply

Your email address will not be published.