csstore

‘ଭଏସ ଅଫ୍ ଆଲୋକ’ର ନିଆରା ପ୍ରୟାସ “ପ୍ରତିଭାର ଖୋଜ୍”

ଭୁବନେଶ୍ୱର : “ଭଏସ୍‌ ଅଫ୍‌ ଆଲୋକ” ଫେସବୁକ୍‌ ପେଜର ଏକ ଅଭିନବ ପ୍ରୟାସ ହେଉଛି “ପ୍ରତିଭାର ଖୋଜ୍” । ପ୍ରତି ରବିବାର ସନ୍ଧ୍ୟା ୬ ଟାରେ ନୂଆ ନୂଆ କଳାକାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଛି । ଉକ୍ତ କାର୍ଯ୍ୟକ୍ରମକୁ ଲାଇଭ ସମୟରେ ପ୍ରାୟ ୫ ହଜାରରୁ ଅଧିକ ଦର୍ଶକ ଉପଭୋଗ କରିଥାନ୍ତି । ପେଜର ସଭାପତି ଗଛ ମଣିଷ ତ୍ରିଲୋଚନ ସାହୁ କହନ୍ତି ଯେ, ସାରା ଓଡିଶାର ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ହିଁ ଆମର ଲକ୍ଷ୍ୟ । ‘‘ଭଏସ୍‌ ଅଫ୍‌ ଆଲୋକ”ର ସମ୍ପାଦକ ଆଲୋକ କୁମାର ପଣ୍ଡାଙ୍କୁ ତାଙ୍କର ଏହି ପ୍ରଚେଷ୍ଟା ପାଇଁ ସାରା ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ନିକଟରେ “ଭଏସ୍‌ ଅଫ୍‌ ଆଲୋକ’’ ପେଜର ବାର୍ଷିକ ଉତ୍ସବରେ ଯୁଗ୍ମ ସମ୍ପାଦକ ଭାଗ୍ୟବନ୍ତ ମହାଲିଙ୍ଗ, କୋଷାଧ୍ୟକ୍ଷ ଚନ୍ଦନ ମିଶ୍ର ଏବଂ ମୋଡେରେଟର ଅର୍ପିତାରାଣୀ ମେହେର ତଥା ଓଡିଶାର ବିଶିଷ୍ଟ କବି, କଳାକାର ଯୋଗ ଦେଇଥିଲେ । ପ୍ରତିଭାର ଖୋଜ୍ କାର୍ଯ୍ୟକ୍ରମର ଆଗାମୀ ଏପିସୋଡମାନଙ୍କୁ ଓଡିଶା ତଥା ଓଡିଶା ବାହାରୁ ସୁଦୂର ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ନେପାଳରୁ ଅତିଥିମାନେ ନିମନ୍ତ୍ରିତ ହୋଇଛନ୍ତି ଏବଂ ବହୁତ ଶୀଘ୍ର ପେଜରେ ଦର୍ଶକ ବନ୍ଧୁମାନେ ଏହାକୁ ଉପଭୋଗ କରି ପାରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.