csstore

ପଞ୍ଚାୟତ ସମିତିସ୍ତରୀୟ ଆଭିମୁଖିକରଣ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ଜଗତ ତରଫରୁ ସେଲ୍ କୋ ଫାଉଣ୍ଡେସନ ସୌଜନ୍ୟରେ ପଞ୍ଚାୟତ ସମିତିସ୍ତରୀୟ ଆଭିମୁଖିକରଣ ଶିବିର କାର୍ଯ୍ୟକ୍ରମ ବୁରାଟ ସ୍ଥିତ ତାଲିମ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେଲ୍ କୋ ଫାଉଣ୍ଡେସନର ସ୍ୱାଗତିକା ନାୟକ, କୃଷ୍ଣ ଚନ୍ଦ୍ର ବେହେରା, ଓଏମ୍‌ଏମ୍‌ର ପୂଜା ବର୍ମା, ବିଟିଟି ଆବାହକ ଡ଼ ଦିବ୍ୟ ରଞ୍ଜନ ଲେଙ୍କା, କାରୁଣ୍ତ ଫାର୍ମର୍ ସହଉତ୍ପାଦକ ଗୋଷ୍ଠୀର ସଭାପତି ବିଭୂତି ଭୂଷଣ ମହାଖୁଡ଼ ଯୋଗଦେଇଥିବା ବେଳେ ସେବା ଜଗତ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକ୍‌ର ବିଭିନ୍ନ ଗ୍ରାମର ମାଣ୍ଡିଆ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ପ୍ରଗତି ଶିଲ୍ ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ନିରନ୍ତର ଶକ୍ତି ଚାଳିତ ସମାଧାନ ଦ୍ଵାରା ଓଡ଼ିଶା ମିଲେଟ୍ ମିଶନ ଅଧିନସ୍ଥ ଜୀବନ ଜୀବିକାର ବିକାଶ ଉପରେ ତର୍ଜମା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସେବା ଜଗତର ସୁନୀତା ତାଣ୍ଡି, ରୋଶନାରା ମହାନ୍ତି, ଗରୁଡ଼ ଭୋଇ, ଟଙ୍କଧର ବଗର୍ତ୍ତି, ଯାଜ୍ଞସେନୀ ଭୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.