ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଅଫିସରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର କୁଲୁତା ସମାଜ କର୍ମକର୍ତ୍ତା ତଥା ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସଭାରେ ବଲାଙ୍ଗିର କୁଲୁତା ସମାଜର ସଭାପତ ରବିନ୍ଦ୍ରର କୁମାର ପଧାନ ସଭାପତିତ୍ୱ କରିଥିଲେ । ବଲାଙ୍ଗିର ଜିଲ୍ଲା କୁଲୁତା ସମାଜର ସଭାପତି ବେଲାରସିଂ ଭୋଇ ମୁଖ୍ୟ ଅତିଥି ରୂପେ ମଂଚାସୀନ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ରୁପକ କୁମାର ପଧାନଙ୍କୁ ତାଙ୍କର ଓଡିଶାରେ ନିକଟ ଅତୀତରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା କରାଯାଇଛି । ରେଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିମାନଙ୍କର ଆତ୍ମାର ସତଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଛି । କୁଲୁତା ସମାଜ ପାଇଁ ଗୋ÷÷ରବାନ୍ୱିତ କାର୍ଯ୍ୟ ତଥା ଯୁବ ସମାଜ ପାଇଁ ପ୍ରେରଣାଦାୟକ ବୋଲି ଉପସ୍ଥିତ ସଭ୍ୟସଭ୍ୟାମାନେ ରୁପକ କୁମାର ପଧାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଭାରେ ସଭାପତି ଶ୍ରୀ ପଧାନ, ମୁଖ୍ୟ ଅତିଥି ଶ୍ରୀ ଭୋଇ, ଶାନ୍ତନୁ ଭୋଇ, ଉପସଭାପତି ଜ୍ୟୋସ୍ନା ପଧାନ, ସୁଜାତା ପଧାନ, ସହ ସଂପାଦକ ମଧୁ ସାହୁ, ପୂର୍ବତନ ସଭାପତି ରାହାସ ବିହାରୀ ମାଝି ଓ ଅନ୍ୟମାନେ ରୂପକ ପଧାନଙ୍କ ଏପରି ମାନବିକତାପୂର୍ଣ୍ଣ ଓ ସ୍ୱତଃପ୍ରବୃତ୍ତ ସାମାଜିକ ସେବା କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିବା ସହିତ ଏପରି ସମାଜ ସେବା କାର୍ଯ୍ୟରେ କୁଲୁତା ସମାଜର ସମସ୍ତ ସଭ୍ୟସଭ୍ୟା ଅଂଶଗ୍ରହଣ କରି କୁଲୁତା ସମାଜ ପାଇଂ ଗୋ÷÷ରବ ଆଣିବାକୁ ଉଦ୍ବୋଧନ ଦେଇଥିଲେ । ରୁପକଙ୍କୁ ମାନବିକତାପୂର୍ଣ୍ଣ କାମ ପାଇଁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା । ଶେଷରେ ସଭାପତିଙ୍କ ଆଦେଶରେ ସଂପାଦକ ବିଦେଶୀ ପଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସଭା ସାଙ୍ଗ ହେଲା । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ, ଯୁବ ସାମୁଖ୍ୟ ସୁଦର୍ଶନ ସାହୁ, ସଞ୍ଜିବ କୁମାର ସାମଲ, ରବିନ୍ଦ୍ର ପଧାନ, ସୁନିଲ ମାଝି, ଲଳିତ ପଧାନ, ବଳରାମ ସାହୁ, ଚୈତନ୍ୟ ସା, ଶ୍ରୀନିବାସ ସାହୁ ସହଯୋଗ କରିଥିଲେ ।