jayashree

କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁର ବୃଦ୍ଧ ଡମ୍ବରୁଧର ଛତ୍ରିଆ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଶନିବାର ଦିନ ସକାଳେ କ୍ଷେତକୁ ଯାଉଛି ବୋଲି କହି ସେ ଘରୁ ବାହାରିଥିଲେ । କ୍ଷେତରେ କୀଟନାଶକ ପିଇ ଗୁରୁତର ଅବସ୍ଥାରେ ପଡିଥିଲେ । ପରିବାର ଲୋକେ ଖବର ପାଇ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ତେବେ ଲୋଇସିଂହା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.