jsm

ଖପ୍ରାଖୋଲ ଭୁଦେବ ପେଟ୍ରୋଲ ପମ୍ପରୁ ବେଆଇନ ଡିଜେଲ ପେଟ୍ରୋଲ ଚାଲାଣ ବେଳେ ଟ୍ରକ ଜବତ

csstore

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲଠାରେ ଆଜି ବେଆଇନ ଭାବେ ଡିଜେଲ ଓ ପେଟ୍ରୋଲ ଚାଲାଣ ହେଉଥିବା ଗୋଟିଏ ଛତିଶଗଡ ନମ୍ବର ବିଶିଷ୍ଟ ଟ୍ରକକୁ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ଜବତ କରିଛନ୍ତି । ସୂଚନା ଅନୁସାରେ ଆଜି ସକାଳ ୧୦ଟା ସମୟରେ ଗୋଟିଏ ଟ୍ରକ ନଂ ସିଜି ୪ ଏନ୍‌ଜେଡ ୭୭୨୨ରେ ୬୦ ଲିଟର ବିଶିଷ୍ଟ ୮୦ ଗୋଟି ପ୍ଲାଷ୍ଟିକ ଜାରରେ ୪୦ଟି ପେଟ୍ରୋଲ ଏବଂ ୪୦ ଟି ଡିଜେଲ ବେଆଇନ ଭାବେ ଖପ୍ରାଖୋଲଠାରେ ଥିବା ଭୁଦେବ ଫୁୟଲସ (ଭାରତ ପେଟ୍ରୋଲିୟମ୍‌) ଠାରୁ ଲୋଡ଼ ହୋଇ ବିଭିନ୍ନ ପେଟ୍ରୋଲ ଡିଜେଲ ବିକୁଥିବା ଦୋକାନମାନଙ୍କୁ ହୋମ ଡେଲିଭେରୀ ଦେବା ପାଇଁ ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ କୁମାର ବାର୍ଲା ଖପ୍ରାଖୋଲ ପଶୁଚିକିତ୍ସାଳୟ ନିକଟସ୍ଥ ମେନ ରୋଡ଼ ଉପରେ ଚଢ଼ାଉ କରି ଟ୍ରକକୁ ଜବତ କରିଥିବା ଜଣାଯାଇଛି । ଟ୍ରକ ସହ ଡିଜେଲ ପେଟ୍ରୋଲକୁ ଜବତ କରି ବ୍ଲକ କାର୍ଯ୍ୟାଳୟକୁ ଆଣିଥିବା ବେଳେ ଡିଜେଲର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ୍ୟ ଟଙ୍କା ହେବ ବୋଲି କହିଛନ୍ତି । ଏତେ ପରିମାଣରେ ଜ୍ୱଳନଶୀଳ ପଦାର୍ଥକୁ ବିନା କୌଣସି ସୁରକ୍ଷାରେ ଗୋଟିଏ ଟ୍ରକରେ ଭର୍ତ୍ତି କରି ଗାଁ ଗାଁ ବୁଲୁଥିବା ବେଳେ ଯଦି କୌଣସି ଅଘଟଣ ଘଟେ ତାହେଲେ ଦାୟୀ କିଏ ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଯୋଗାଣ ନିରୀକ୍ଷକ ଶ୍ରୀ ବାର୍ଲାଙ୍କୁ ପଚାରିବାରୁ ଅଧିକ ତଦନ୍ତ ଚାଲିଥିବା ସେ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.