ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକର କୁତମୁଣ୍ଡା ଗ୍ରାମର ସ୍ୱେଛାସେବୀ ଯୁବସଂଘ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଘସିଏନର ଗୋପୀନାଥ ନାଏକ (ପିଇଓ)ଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ଡାକ୍ତରୀ ଦଳ ଆସିଥିଲେ । ଏହି ଅବସରରେ ଗ୍ରାମର ଏବଂ ଆମର ଆଖପାଖ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳାମାନେ ଯୋଗଦେଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ନେଇଥିଲେ । ଆୟୋଜିତ ସଭାରେ ଶରତ ନାଗଙ୍କ ସଭାପତିତ୍ୱରେ ଡା. ଚିନ୍ମୟ ପାଢୀ(ମୁଖ୍ୟ ଅତିଥି), ଡ. ଯାଜ୍ଞସେନୀ ମିର୍ଧା, ମୋହନ ମଲିକ, ମନୋଜ ଆଚାର୍ଯ୍ୟ, ଦୀଲିପ ରାଉତ, ପ୍ରଭାତି ମେହେର ସମସ୍ତେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବିଶେଷ କରି ଗ୍ରାମର ଚିତ୍ରସେନ ମେହେର, ଘନଶ୍ୟାମ ମେହେର, ଭଗବାନ ମେହେର ଏବଂ ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେର ଓ ସମ୍ପାଦକ ଭେଲାରାମ କୁମ୍ଭାର ଶିବିରକୁ ପରିଚାଳନା କରିଥିଲେ ।
Prev Post
Next Post