jayashree

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଜୁନ ୧୨ତାରିଖ ସୋମବାର ଦିନ ଚକେଇସିଆଣୀ ସ୍ଥିତ ମଞ୍ଚନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଜାତୀୟ ସମ୍ମିଳନୀ ଆନୁକୂଲ୍ୟରେ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ମିଳନୀର କାର୍ଯ୍ୟକାରିଣୀ ସମିତିର ପ୍ରସ୍ତୁତି ବୈଠକ ସଭାପତି ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଆଗାମୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ସମ୍ପାଦକ ନିରାକାର ବେଉରା ଦଶହରା ସମୟରେ ସମ୍ମିଳନୀ ପକ୍ଷରୁ ଏକ ବୁଲେଟିନ ନିୟମିତ ବ୍ୟବଧାନରେ ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ସମସ୍ତେ ସ୍ୱୀକାର କରିଥିଲେ । ୧୨ ତାରିଖ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ଏକମତ ହୋଇଥିଲେ । କାର୍ଯ୍ୟକ୍ରମରେ ଉପସଭାପତି ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବାରିକ, ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଦେବେନ୍ଦ୍ରନାଥ ବେହେରା, କୋଷାଧ୍ୟକ୍ଷ ରାଜଶ୍ରୀ ତ୍ରିପାଠୀ, ସହ ସମ୍ପାଦିକା ଅଞ୍ଜଳିପ୍ରଭା ଦାଶ, ସମାଜସେବୀ ଲକ୍ଷ୍ମୀକାନ୍ତ ସାହୁ, ସମାଜସେବୀ ଲକ୍ଷ୍ମଣ ସାହୁ ଓ ବିଶିଷ୍ଟ ବ୍ୟବସାୟୀ ପ୍ରମୋଦ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.