csstore

ଆଜିର ଯୁଗରେ ବି ପାଣି ପାଇଁ ଡହକବିକଳ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲି ବେଲ୍ ଡୁଙ୍ଗୁରିପଡାବାସୀ ଦୀର୍ଘ ପ୍ରାୟ ୧୦ ବର୍ଷ ହେବ ପାଣିର ଅସୁବିଧା ଭୋଗୁଥିବା ନେଇ ଅଭିଯୋଗ କରିଛନ୍ତି । ପାଣି ସମସ୍ୟାକୁ ନେଇ ଅନେକ ଥର ୱାର୍ଡ ସଦସ୍ୟ, ସରପଞ୍ଚ ତଥା ପ୍ରଶାସନକୁ ନଳକୂପ ପାଇଁ ଗୁହାରି କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ସମସ୍ୟାର ସମାଧାନ କରି ପାଣି ଯୋଗାଇ ଦେବାକୁ ମହୁଲବାହାଲି ବେଲ ଡୁଙ୍ଗୁରିପଡାର ଭୁନେ ମାଝି, ସରୋଜିନୀ ମାଝି, ସୁରୁବାଲି ଧରୁଆ, ଗାୟତ୍ରୀ ପହରିଆ, ଉଷା ମାଝି, ଦୟାବତୀ ମାଝି, ମାଳତୀ ମାଝି, ଭାଗିରଥି ମାଝି, ପଣ୍ଡୁ ମାଝି, ବସୁଦେବ ମାଝି, ପାଣ୍ଡବ ମାଝି, ଗୌତମ ଧରୁଆ, ଭୁଲା ଧରୁଆ, ଭରତ ମାଝି, ନନ୍ଦ ମାଝି, ସୁଲତା ଧରୁଆ, ଚୈତନ ମାଝି, ଗୋପାଲ ପହରିଆ, ନବୀନ ପହରିଆ ଏବଂ ନୂତନ ୱାର୍ଡ ସଦସ୍ୟ ଡିଙ୍ଗର ମାଝି ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.