ଡୁଡୁକା, (କେପିଏନ୍ଏସ୍) : ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ଆଗଲପୁର ବ୍ଲକ ଡୁଡୁକା ମଞ୍ଚର କର୍ମକର୍ତ୍ତା ଗତ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରିଥିଲେ । ତଥାପି ମଞ୍ଚର ଦାବୀ ପ୍ରତି ସରକାର ଦୃଷ୍ଟି ନ ଦେବାରୁ ବ୍ଲକର ସମସ୍ତ ଅମଲା ଜୁନ୍ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଯିବାକୁ ବିଡିଓ ଶଙ୍କର କେରକେଟାଙ୍କୁ ଦରଖାସ୍ତ ଦେଇଛନ୍ତି । ଦରଖାସ୍ତ ଦେବା ସମରେ ବ୍ଲକ କର୍ମଚାରୀ ସୁଶାନ୍ତ ରାଉତ, ସୁବଳ ଚରଣ ଖରସେଲ, ବସନ୍ତ ନାଗ, ଦିଲୀପ ସାହୁ, ସୁଶାନ୍ତ ମହାକୁର, ରାଧାକାନ୍ତ ମାଝୀ, ସୋମନାଥ ମିର୍ଦ୍ଧା, ବିକାଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post
Next Post