oom

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ତିନି ପଞ୍ଚାୟତବାସୀ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପରେ ଗତକାଲି କ୍ୟାବିନେଟ ବୈଠକରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗଞ୍ଜାମ ବ୍ଲକର ତିନି ପଞ୍ଚାୟତ ତଥା ଖଣ୍ଡଦେଉଳି, ପୋଇରାଶି ଏବଂ ପାଲଙ୍ଗ ପଂଚାୟତରେ ସ୍ଥାନ ଦେବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ଏହି ପରିପ୍ରେକ୍ଷୀରେ ପୋଇରାଶି ପଂଚାୟତ ବଡ଼ ରାମଚନ୍ଦ୍ରପୁର କଲ୍ୟାଣ ମଣ୍ଡପଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପହାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ୧୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, ୧୫ ନଂ. ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସରପଞ୍ଚ ରବୀନ୍ଦ୍ର ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ତିନୋଟି ଜିନିଷ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି ଓ ଚାଷ ଜମିକୁ ପାଣି ସବୁବେଳେ ପ୍ରାଥମିକତା ଦେଇ ଆସୁଥିବା ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ । ୨୦୧୮ରେ ଆରମ୍ଭ ହୋଇଥିବା ଏହି ବସୁଧା ଯୋଜନା ମେଗା ଜଳ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ବ୍ଲକର ୫୫ ଖଣ୍ଡ ଗ୍ରାମର ଲୋକ ଉପକୃତ ହୋଇଥିବା ବେଳେ ଏହି ବ୍ଲକର ଆଉ ତିନୋଟି ପଂଚାୟତର ୨୬ଟି ଗ୍ରାମର ପ୍ରାୟ ୧୪ ହଜାରରୁ ଅଧିକ ଲୋକ ପିଇବା ପାଣି ସହଜରେ ପାଇ ପାରିବେ ବୋଲି ବିଧାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସମସ୍ତ ଗ୍ରାମରେ ଓଭର ହେଡ଼ ଟ୍ୟାଙ୍କ ଦ୍ୱାରା ଜଳ ଯୋଗାଣ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି । ଏଥିପାଇଁ ବିଧାୟକ ବେହେରା ଓ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ନୟାଗଡ ଋଷିକୁଲ୍ୟା ନଦୀରୁ ଜଗନ୍ନାଥ ପ୍ରସାଦ ଦେଇ ବୁଗୁଡ଼ା, ପୋଲସରା ପୁରସ୍ତମପୁର ହୋଇ ଖଣ୍ଡଦେଉଳି, ପୋଇରାଶି ଓ ପାଲଙ୍ଗ ଆଦି ଅଂଚଳକୁ ଜଳ ଯୋଗାଣ ହେବ ବୋଲି ବିଧାୟକ ବେହେରା କହିଥିଲେ ।

jittmm
Leave A Reply

Your email address will not be published.