ସାନଆର୍ଯ୍ୟପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀ ଯାତ୍ରା ଉତ୍ସବମୁଖର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ଆଜକୁ ୩ ଦିନ ହେଲା ଉତ୍ସବମୁଖର ହୋଇଉଠିଛି । ବୁଧବାର ଦିବା ୧୦ ଘଣ୍ଟା ସମୟରୁ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ବହୁ ପ୍ରକାର ଲୋକନାଟ୍ୟ, ଗଞ୍ଜାମର ଲୋକ ସଂସ୍କୃତି ଯଥା- ପ୍ରହଲ୍ଲାଦ ନାଟକ ୨ଟି, ଦଣ୍ଡନାଚ ୨ଟି, ରାମାୟଣ ୨ଟି, ମହାଭାରତ ୬ ଗୋଟି ଆଦି ନାଟକ, ଥିଏଟର ମନୋରଞ୍ଜନ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଛି । ଗୋପାଳପୁର ବନ୍ଦର ଅଞ୍ଚଳ ସମୂହ ପରିସର ସ୍ଥିତ ଆର୍ଯ୍ୟପଲ୍ଲୀ ଅଞ୍ଚଳ ଜନଗହଳିରେ ପରିପୂର୍ଣ୍ଣ ହୋଇଉଠିଛି । ସାନଆର୍ଯ୍ୟପଲ୍ଲୀର ଗ୍ରାମବାସୀଙ୍କ ଦ୍ଵାରା ସଂଗଠିତ ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ଖୁବ୍‌ ଉତ୍ସବମୁଖର ହୋଇଉଠିଛି । ଏହି ଐତିହାସିକ ଯାତ୍ରା ଦୀର୍ଘ ୧୨ ବର୍ଷରେ ଥରେ ହୁଏ ବୋଲି କୁହାଯାଏ । ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହୋଇଥିବା ନେଇ ସାନଆର୍ଯ୍ୟପଲ୍ଲୀ ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଖୁବ୍‌ ଚଳଚଞ୍ଚଳ ଦେଖାଦେଇଛି । ଚଳିତବର୍ଷ ଏହି ଯାତ୍ରା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିବା ଦେଖାଦେଇଛି । ଏହି ଉତ୍ସବରେ ଯାତ୍ରା କମିଟି ଏବଂ ଗ୍ରାମ୍ୟ କମିଟି ପକ୍ଷରୁ ବିହିତ ବନ୍ଦୋବସ୍ତ, ବିଧିବଦ୍ଧ ବ୍ୟବସ୍ଥା ଓ ବ୍ୟାପକ ପ୍ରସ୍ତୁତି ପୂର୍ବରୁ ଏହାର ସଫଳତା ନେଇ ଆରମ୍ଭ କରାଯାଇଥିଲା । ଗାଁର ମଝି ଛକରେ ସୂଚନା କେନ୍ଦ୍ର ଖୋଲାଯାଇ ସବିଶେଷ ସୂଚନା ପ୍ରସାରଣ କରାଯାଉଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା, ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗ୍ରାମର ବୁଦ୍ଧିଜୀବୀ, ମହିଳା, ପୁରୁଷ ସମୂହଙ୍କ ଉପସ୍ଥିତିରେ ସଭିଙ୍କ ସହଯୋଗରେ ଏହି ଯାତ୍ରା ପରିଚାଳିତ ହୋଇଆସିଛି । ବର୍ଣ୍ଣାଢ଼୍ୟ ସମାରୋହରେ ନାନା ବାଦ୍ୟ ଧ୍ୱନି ମାଧ୍ୟମରେ ପ୍ରତିଦିନ ସନ୍ଧ୍ୟାରେ ଦେବୀଙ୍କ ଘଟ ପରିକ୍ରମଣ ହେଉଛି । ଏହି ଯାତ୍ରା ପରମ୍ପରା ସହ ସମସ୍ତଙ୍କୁ ଖୁସିର ମସଗୁଲରେ ଭରି ଦେଇଛି ।

Leave A Reply

Your email address will not be published.

5 × five =