ଜିଲ୍ଲା ଆଇନ ସେବା ପ୍ରାଧିକରଣର ବଲାଙ୍ଗିର ଆନୁକୂଲ୍ୟରେ ସଦେଇପାଲି ଗ୍ରାମ ପଞ୍ଚାୟତର ସଭାଗୃହଠାରେ ସ୍ଥାୟୀ ଲୋକ ଅଦାଲତ ଉପରେ ଆଇନ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦେଇପାଲି ଗ୍ରାମ ପଞ୍ଚାୟତର ସଭାଗୃହ ପରିସରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ସ୍ଥାୟୀ ଲୋକ ଅଦାଲତର (ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ବିମଲ କୁମାର ଚାନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର, ରମାଦତ ଭୋଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଲାଙ୍ଗିର ଏହି ଶିବିରରେ ପ୍ରତ୍ୟକ୍ଷ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ସ୍ଥାୟୀ ଲୋକ ଅଦାଲତର (ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ବିମଲ କୁମାର ଚାନ୍ଦ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ବିଭିନ୍ନ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ମାଗଣା ଆଇନ ସେବା ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ରମାଦତ ଭୋଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଲାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ଓ ସୁଷମା ବେହେରା ଇ.ଓ, କରୁଣାକର ପଟେଲ ସରପଞ୍ଚ, ସଦେଇପାଲି ଗ୍ରାମ ପଞ୍ଚାୟତ ତଥା ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!