oom

ଜିପିଏଲ୍ ସେସନ୍ – ୩ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm
  • ଟ୍ରଫି ଫାଇଟର୍ ବିଜୟୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଗଣ୍ତାବାହାଲିଠାରେ ଗଣ୍ତାବାହାଲି ଯୁବକମାନଙ୍କୁ ନେଇ ଜିପିଏଲ୍ ସେସନ୍ – ୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ ରୋଏଲ୍ ଷ୍ଟାଇକର୍ ଓ ଟ୍ରଫି ଫାଇଟର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୋଏଲ୍ ଷ୍ଟାଇକର୍‌ର ଅଧିନାୟକ ଭକ୍ତ ମେହେର ଟଚ୍ ଜିଣି ବଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଟ୍ରଫି ଫାଇଟର୍ ନିର୍ଦ୍ଧାରିତ ୧୨ ଓଭର୍‌ରେ ୧୩୦ ରନ୍ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଟ୍ରଫି ଫାଇଟର୍ ୧୦ ଓଭର୍‌ ଖେଳି ୭୫ ରନ୍‌ ସଂଗ୍ରହ କରିବା ସହ ସମସ୍ତ ଓ୍ଵିକେଟ୍ ହରାଇଥିଲେ । ଏହି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମେହେର, ୟୁଥ୍ କ୍ରିକେଟ କ୍ଲବର ପରାମର୍ଶଦାତା ଗୁପ୍ତେଶ୍ୱର ମେହେର ତଥା ୟୁଥ୍ କ୍ରିକେଟ କ୍ଲବର ସମ୍ପାଦକ ଯଜ୍ଞେଶ୍ଵର ମେହେର, ରୋଏଲ ଷ୍ଟାଇକର୍ ମାଲିକ ସଂଜୟ ମେହେର ତଥା ଟ୍ରଫି ଫାଇଟର୍ ମାଲିକ ଜୟକିଶାନ ମେହେର ଉପସ୍ଥିତ ଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ୍ ବିକାଶ ଓ ମ୍ୟାନ ଅଫ୍ ଦି ସିରିଜ୍ ଦୁରନ ଶବର୍ ପାଇଥିବା ବେଳେ ଏହି ଖେଳକୁ ମହେଶ ମେହେର ଓ ଦୀପକ ମେହେର ପରିଚାଳନା କରିଥିଲେ । ସ୍କୋରର ଦାୟିତ୍ଵରେ ମୋହିତ ମେହେର ଓ ଧାରା ବିବରଣୀ ପରମାନନ୍ଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.