ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେବାଦୀ ଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠୀ ଉତ୍ସବ । ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ତରଫରୁ ମଧ୍ୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଗତକାଲି ବାବା ମାହାଦେବଙ୍କର ପତର ପେଣ୍ଡି ଉତ୍ସବ ସମ୍ପୂର୍ଣ୍ଣ ହୋଇଥିଲା । ପଦ୍ମପୁର କଣ୍ଟାବନ୍ଧ ସ୍ଥିତ ସ୍ୱପନେଶ୍ୱର ବାବାଙ୍କର ମନ୍ଦିରରୁ ଘଣ୍ଟ ଶଙ୍ଖ ଡମ୍ବରୁ ନାଦ ସହ କନ୍ୟା ଅନ୍ୱେଷଣରେ ବାହାରିଥିଲେ ବର ପକ୍ଷ । ନଗର ବୁଲିବା ସହ ମାତା ଶକ୍ତି ସ୍ୱରୂପିଣୀ ପାର୍ବତୀଙ୍କ ପିତାମାତାଙ୍କ ଘରେ ପହଂଚିବା ସହ ବୈଦିକ ରୀତିନୀତି ଅନୁସାରେ ସମ୍ପୂର୍ଣ୍ଣ ହୋଇଥିଲା ପତ୍ର ପେଣ୍ଡି ଉତ୍ସବ ।

Leave A Reply

Your email address will not be published.