csstore

ଛତ୍ରପୁରରେ ଭାରତରତ୍ନପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ସହରର ଅପର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଭାରତରତ୍ନପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ହରିଜନ ସେଲ୍ ସଂଯୋଜକ ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଛାତ୍ରନେତା ମହେଶ କୁମାର ଗୌଡ଼, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ରାକେଶ କୁମାର ଆଚାର୍ଯ୍ୟ, କଣମଣା ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଆଇନଜୀବୀ ବାବୁ ନାହାକ, ଶ୍ରମିକ ନେତା ଇଜୁ ଅମିନ ଖାଁ, ବରିଷ୍ଠ କଂଗ୍ରେସ ନେତା ଗଣପତି ବାରିକ, ଅଶୋକ ପଟ୍ଟନାୟକ, ଜି. ଶ୍ରୀନିବାସ ରାଓଙ୍କ ସମେତ ବହୁ କଂଗ୍ରେସକର୍ମୀ ଓ ନେତ୍ତୃବର୍ଗ ଯୋଗ ଦେଇ ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.