csstore

ମନିଗାଁ, ମହୁଲପଡା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ନାନାଝର ଖେଳ ପଡିଆରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ତଥା ଅଗ୍ରାଧିକାର ଦିଆନଯିବା ପ୍ରତିବାଦରେ ଏବେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସଦସ୍ୟମାନେ ସରକାରଙ୍କ ଆଖି ଖୋଲିବା ନିମନ୍ତେ ଏକଜୁଟ ହୋଇ ବିଭିନ୍ନ ପଞ୍ଚାୟତମାନଙ୍କରେ ବୈଠକ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଖେଳ ପଡିଆରେ ମନିଗାଁ, ମହୁଲପଡ଼ା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଓବିସି ମଞ୍ଚର ମନୋଜ ହାତୀଙ୍କ ଆବାହକତ୍ୱରେ ସଭାପତି ଟିକେରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଓବିସି କୋଟାରେ ଦିଆଯାଉଥିବା ସଂରକ୍ଷଣ ପ୍ରତିଶତର ଭାଗ କାଟିବା ଯେମିତିକି ଶିକ୍ଷା, ଚାକିରି, ରାଜନୀତିରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଥିବା ବେଳେ କାର୍ଯ୍ୟକାରୀ ହେଉ ନଥିବା ତଥା ଏବେ ସମସ୍ତ ରାଜନୈତିକ ଦଳରେ ଜଣେ ସଫଳ ନେତା କିମ୍ବା ମନ୍ତ୍ରୀଙ୍କ ପଛରେ ଓବିସି ବର୍ଗର ନେତା ଥିବା ଦେଖିବାକୁ ମିଳେ, ସେଥିପାଇଁ ସମସ୍ତ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାରରେ ଓବିସି ବର୍ଗର ଲୋକଙ୍କ ପାଇଁ କ’ଣ କ’ଣ ବ୍ୟବସ୍ଥା କରାଯିବ ସବୁଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇଥିଲା ।

ଓବିସି ବର୍ଗର ଚାଲିଥିବା ସର୍ଭେର ସମୟ ସୀମା ବଢ଼ାଇବା ସହ ପ୍ରତି ପଞ୍ଚାୟତରେ ଓବିସି ଆବାସିକ ବିଦ୍ୟାଳୟ ଖୋଲାଯାଉ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ତୁଳସୀ ରାମ ସାହୁ, ବୀରବର ସାହୁ, ମୁନିରାମ ଖର୍ସେଲ, ଠନେନ୍ଦ୍ର ବାଗ, ଟିକେଲାଲ ବେହେରା, ସୀତାରାମ ସାହୁ, ବଳରାମ ଘିଭେଲା, ଅଭୟ ସାହୁ, ଲଳିତ ସାହୁ, ସରୋଜ କୁମାର ସାହୁ, ଖଗେଶ୍ବର ରଣା, ରମେଶ ବିଶି, ସଞ୍ଜିବ ସାହୁଙ୍କ ସମେତ ଏହି ଆୟୋଜକ ପଞ୍ଚାୟତର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.