ପଣ୍ଡରା ସମାଜର ବାର୍ଷିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଂଚାୟତର ଚାରପାଲି ଗ୍ରାମରେ ପଣ୍ଡରା ସମାଜର ଏକ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ବରିଷ୍ଠ ବ୍ୟକ୍ତି ଗୋବିନ୍ଦ ଦିଶ୍ରୀ ସଭାପତିତ୍ୱ କରିଥିଲେ । ଏହି ସଭାରେ ସମାଜର ଆର୍ଥିକ ଉନ୍ନତି ଓ ସାମାଜିକ ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସଭାରେ ଗ୍ରାମର ମା’ ଭଉଣୀମାନେ ମଧ୍ୟ ଉପସ୍ଥିତ ଥିଲେ । ସର୍ବସମ୍ମତି କ୍ରମେ ମିନିକେତନ ଦିଶ୍ରୀଙ୍କୁ ସମାଜର ସଭାପତି ରୂପେ ଚୟନ କରାଯାଇଥିଲା । ପଣ୍ଡରା ସମାଜର ଯୁବ ସଂଗଠନ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × 5 =