oom

ମିଳିତ ମଂଚ କ୍ଷତିପୂରଣ ପାଇଁ ସରକାରଙ୍କୁ ଦେବ ଜମାକାରୀ ଏବଂ ଜମାରାଶିର ସମ୍ପୁର୍ଣ୍ଣ ବିବରଣୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ (ଏଏସ୍‌କେଏମ୍‌ଏମ୍‌) ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ପାଟଣାଗଡ ବ୍ଲକ ଅନ୍ତର୍ଗତ ବନାଇମୁଣ୍ଡା ପଞ୍ଚାୟତ ଏବଂ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ସମ୍ମୁଖରେ ଜମାକାରୀ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଅଛି । ବଲାଙ୍ଗିରର ଜିଲ୍ଲା ସଭାପତି ତଥା ରାଜ୍ୟ ଉପ-ସଭାପତି ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଏହି ସତ୍ୟାଗ୍ରହରେ ରାଜ୍ୟ ସଭାପତି ଜୟନ୍ତ ଦାସ ଯୋଗଦେଇ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ଆନ୍ଦୋଳନକୁ ଆହୁରି ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ । ମିଳିତ ମଂଚ ଗତ ୨୮ ତାରିଖ ସାଧାରଣ ପରିଷଦ ବୈଠକରେ ପାରିତ ହୋଇଥିବା ନିଷ୍ପତି ମୁତାବକ, ଯେହେତୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବିତ କରୁଛନ୍ତି, ତେଣୁ ମିଳିତ ମଂଚ ନିଜ ତରଫରୁ କ୍ଷତିଗ୍ରସ୍ତଙ୍କ ସମ୍ପୁର୍ଣ୍ଣ ବିବରଣୀ ସରକାରଙ୍କ ପାଖରେ ଦାଖଲ କରି ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଟଙ୍କା ଫେରସ୍ତ ପାଇଁ ଦାବୀ ସହ ଚାପ ପ୍ରୟୋଗ କରିବ । ଏଣୁ ସମସ୍ତ ଜମାକାରୀ ତାଙ୍କ ଜମା ସମ୍ବନ୍ଧୀୟ ଦଲିଲ ମଂଚ ମାଧ୍ୟମରେ ସରକାରଙ୍କ ପାଖରେ ଦାଖଲ କରିବାକୁ ଶ୍ରୀ ମିଶ୍ର ଅନୁରୋଧ କରିବା ସହ ପଞ୍ଚାୟତ ସ୍ତରୀୟ ସତ୍ୟାଗ୍ରହକୁ ସଫଳ କରିବାକୁ ଡାକରା ଦେଇଥିଲେ । ଜମାକାରୀ ଜିଲ୍ଲା ନେତା ଲଳିତ ଦୀପ ରାଲିର ନେତୃତ୍ୱ ନେଇ ସତ୍ୟାଗ୍ରହ ପରି·ଳନା କରିଥିଲେ । ସତ୍ୟାଗ୍ରହ ପରେ ସରପଞ୍ଚ ମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୁଶଳେଶ୍ୱର ନାଏକ, ମଦନ ମୋହନ ବାଗ, ସରୋଜ କୁମାର ତାଣ୍ଡି, ଡିଲେଶ୍ୱର ମେହେର, ସତ୍ୟନାରାୟଣ ସାହୁ, ନିର୍ମଳ ସାହୁ, ଗଣେଶ ମେହେର, ସୋମନାଥ ପଧାନ, ସତ୍ୟନାରାୟଣ ଖେତି, ଆନନ୍ଦ ପଧାନ, ବାଳଗୋପାଳ ମହାକୁର, ଯଶୋବନ୍ତ ମେହେର ସାମିଲ୍‌ ଥିଲେ ।

jittmm
Leave A Reply

Your email address will not be published.