oom

କେଶରିୟା ହିନ୍ଦୁ ବାହିନୀ ତରଫରୁ ପରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ୧୧ ଘଣ୍ଟା ସମୟରେ କେଶରିୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ତଥା ରାଜ୍ୟ ମହାମନ୍ତ୍ରୀ ସନ୍ତୋଷ ଭୋଳଙ୍କ ଉପସ୍ଥିତିରେ ପରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀ ଏବଂ ଉପଯୁକ୍ତ ଦଣ୍ଡବିଧାନ ତଥା ଏହି ଘଟଣାର ସିବିଆଇ ତଦନ୍ତ ତଥା ଓଡ଼ିଶା ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇଛି। ଏହା ସହିତ କୃଷି ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ପରୀ ହତ୍ୟାକାଣ୍ଡକୁ ଦୀର୍ଘ ଚାରିମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଇନଥିଲା । ତେଣୁ ପରୀର ବାପା ଓ ମା’ ଓଡ଼ିଶା ସରକାର ଏବଂ ପୋଲିସ ଉପରୁ ଆସ୍ଥା ହରାଇ ବିଧାନସଭା ସମ୍ମୁଖରେ ଗତ ୨୪ ତାରିଖରେ ଅତ୍ମଦାହ କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ସାହୁ ନିଜ ପଦର ଅପବ୍ୟବହାର କରି ଦୋଷୀକୁ ଘଣ୍ଟ ଘୋଡ଼ାଉଛନ୍ତି ଏବଂ ତଦନ୍ତକୁ ବାଟବଣା କରୁଛନ୍ତି । ତାଙ୍କ ଛତ୍ରଛାୟା ତଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ତଥା ପରୀ ଏବଂ ତା’ ପରିବାରକୁ ଉଚିତ୍ ନ୍ୟାୟ ମିଳିବା ଉଦ୍ଦେଶ୍ୟ ନେଇ କେଶରିୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ଏହି ବିକ୍ଷୋଭ କାର୍ୟ୍ୟକ୍ରମ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ଆଜି ବଲାଙ୍ଗିର ଜିଲ୍ଲାରୁ ଆରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ କେଶରିୟା ହିନ୍ଦୁ ବାହିନୀ ତରଫରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କରାଯିବ ବୋଳି କୁହାଯାଇଛି ।

jittmm
Leave A Reply

Your email address will not be published.