ଶିକାରୀଙ୍କ ବିଦ୍ୟୁତ ଜାଲରେ ପଡି ମଇଁଷିର ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମ ପଂଚାୟତ ସରଧାପୁରଠାରେ ବେଆଇନ ଭାବେ ବରାହ ଶିକାରୀ ବିଦ୍ୟୁତ ତାର ବିଛେଇ ଥିବା ଜାଲରେ ପଡି ଦୁଇ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମଇଁଷି ଦ୍ୱୟ ସରଧାପୁର ଗ୍ରାମର ବୃଷଭ କଟା ଓ ଭୁଜ ଗହିରଙ୍କର ବୋଲି ଜଣାପଡିଛି । ସେମାନଙ୍କ କହିବା ଅନୁସାରେ ମଇଁଷି ଦ୍ୱୟ ସବୁଦିନ ବିଲକୁ ଯାଇ ଘାସ ଖାଇ ଘରକୁ ଫେରିଆସୁଥିଲେ । କିନ୍ତୁ ସେ ଦିନ ମଇଁଷି ଦ୍ୱୟ ଘରକୁ ଫେରିବାକୁ ବିଳମ୍ବ ହେବାରୁ ବୃଷଭ କଟା ଓ ଭୁଜ ଗହିର ଦୁଇ ଜଣ ବିଲକୁ ଖୋଜିବାକୁ ଯାଇଥିଲେ । ରବି ଚାଷ କରିଥିବା ବରୁଣ ଗହିର ତାଙ୍କ ବିଲରେ ବରାହ ଶିକାର ପାଇଁ ବିଦ୍ୟୁତ ତାର ଖଞ୍‌ଞ୍ଜିଥିବା ବେଳେ ସେହି ବିଦ୍ୟୁତ ତାର ଯୋଗୁଁ ଦୁଇଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହି ମଇଁଷି ଦ୍ୱୟଙ୍କୁ ଫିଙ୍ଗି ନ ପାରି ଖଣ୍ଡ ଖଣ୍ଡ କରି ଜଙ୍ଗଲ ଭିତରେ ଫୋପାଡି ଥିବା ଦେଖିବାକୁ ମିଳିଛି । ଏ ନେଇ ବନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଘଟଣାକୁ ନେଇ ମଇଁଷି ମାଲିକ ଦ୍ୱୟ ସିନାପାଲି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

Leave A Reply

Your email address will not be published.