ଚାକିରିରୁ ଅବସର ନେବା ପରେ କୋସଲି କବି ଟିକେଲାଲ ଗଢିଲେ ‘ଆମର କୁଟୁମ’

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିକେଲାଲ ବେହେରା ଜଣେ ସରକାରୀ କର୍ମଚାରୀ । ନିଜ ଚାକିରିରୁ ଅବସର ନେବା ପରେ ତାଙ୍କର ବହୁତ ଦିନର ସ୍ୱପ୍ନ ପୂରଣ କରିବା ପାଇଁ ସମାଜର ବିଭିନ୍ନ ବର୍ଗର ପୁରୁଷ ମହିଳାଙ୍କୁ ଏକତ୍ରିତ କରି ଏକ ନୂତନ ପରିବାର ଗଢି ତୋଳିବା ପାଇଁ ‘ଆମର କୁଟୁମ’ ନାମରେ ଏକ ଅନୁଷ୍ଠାନ ଆରମ୍ଭ କରିଛନ୍ତି ।

ରବିବାର ଦିନ ଏକ୍ସିସ ବ୍ୟାଙ୍କ ଉପରେ ଥିବା ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂଜକ ସିଦ୍ଧାର୍ଥ ମହାପାତ୍ରଙ୍କ ମନ୍ତ୍ର ଉଚ୍ଚାରଣରେ ପୂଜା ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଜ୍ୟୋତି ପ୍ରକାଶ ଗଡତୀୟା । ସଭା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀକ୍ଷେତ୍ର ପ୍ରତିଭା ନିରାକାର ସାହୁଙ୍କ ଦ୍ୱାରା ଏକ ସୁନ୍ଦର ଜଗନ୍ନାଥ ଭଜନ ପରିବେଷଣ କରାଯାଇଥିଲା । ତା’ପରେ ଶ୍ରୀ ଗଡତୀୟା ଟିକେଲାଲ ବେହେରାଙ୍କ ଜୀବନୀ ଉପରେ ବର୍ଣ୍ଣନା କରି ଟିକେଲାଲ ବେହେରାଙ୍କୁ ଶିକ୍ଷା ଦେଇଥିବା ସମସ୍ତ ଗୁରୁ ଯୁଗଳ କିଶୋର ଷଡଙ୍ଗୀ, ଅଭିନ କିଶୋର ରଥ, ସେବକ ଚରଣ ଦାସ, ଜଗନ୍ନାଥ ପଣ୍ଡାଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ । ଏହା ପରେ ଫୁଲ ଚନ୍ଦନ ଲଗାଇ ଉପଢୌକନ ଦେଇ ସମ୍ମାନିତ କରିଥିଲେ ଶ୍ରୀ ବେହେରା ଓ ତାଙ୍କ ପତ୍ନୀ । ତାଙ୍କୁ ଶିକ୍ଷାଦାନ ଦେଇଥିବା ସମସ୍ତ ଗୁରୁମାନେ ଟିକେଲାଲ ବେହେରାଙ୍କ ବ୍ୟକ୍ତିତ୍ୱ ବିଷୟରେ ଆଲୋକପାତ କରିବା ସହ ତାଙ୍କ ଅବସର ଜୀବନ ଅତି ଖୁସିରେ ବିତୁ ବୋଲି ଆଶୀର୍ବାଦ ଦେବା ସହ ମଙ୍ଗଳ କାମନା କରିଥିଲେ ।

ଏହା ପରେ କୁଟୁମର ସଦସ୍ୟ ଭିକାରୀ ଚରଣ ମିଶ୍ର ଓ ଦିଲୀପ ପଶାୟତଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଅନ୍ୟ କବି, କବୟିତ୍ରୀମାନଙ୍କ ଦ୍ଵାରା କବିତା ମାଧ୍ୟମରେ ଟିକେଲାଲ ବେହେରାଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ କିଛି କବି, କବୟିତ୍ରୀ, ସମାଜସେବୀମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆମର କୁଟୁମର ବହୁ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!