ଗୋଟିଏ ପରିବାରର ୪ ଜଣଙ୍କୁ ଭୂଜାଲିରେ ଆକ୍ରମଣ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପଂଚାୟତ ମୁଣ୍ଡାପାଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଭୂଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହା ଆକ୍ରମଣରେ ପରିବାରର ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗ୍ରାମର କୁନ୍ଦା ସେଠ ଓ ରୋଶନ ସାଙ୍କ ମଧ୍ୟରେ କୌଣସି କାରଣରୁ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତ ଶନିବାର ସକାଳ ୬ଘଣ୍ଟା ସମୟରେ କୁନ୍ଦା ସେଠ ଏକ ଭୂଜାଲିରେ ରୋଶନକୁ ଅତର୍କିତ ଆକ୍ରମଣ କରିଥିଲେ । ରୋଶନଙ୍କ ବାପା, ମା ଓ ଭଉଣୀ ପ୍ରତିବାଦ କରିବାରୁ କୁନ୍ଦା ସେମାନଙ୍କୁ ମଧ୍ୟ ଭୂଜାଲିରେ ଆକ୍ରମଣ କରିଥିଲେ । ଭୂଜାଲିରେ ଆକ୍ରମଣ ଫଳରେ ରୋଶନଙ୍କ ସମେତ ତାଙ୍କ ବାପା, ମା ଓ ଭଉଣୀ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଆଗଲପୁର ଡାକ୍ତରଖାନା ନିଆଯାଇଥିଲା । ଏନେଇ ଉଭୟ ପକ୍ଷରୁ ଆଗଲପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସ୍‌ଆଇ ନାରାୟଣ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.