ଶାମୁକା ଚାଷ କରି ରୋଜଗାର କ୍ଷମ ହୋଇପାରିଛନ୍ତି ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପଲସାମାଲ ଗାଁର ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ । ଶାରୀରିକ ଅକ୍ଷମତା ସତ୍ତ୍ୱେ ଦୃଢ଼ ମନୋବଳ ଆଗରେ ଦିବ୍ୟାଙ୍ଗ ଶାମୁକା ଚାଷ କରି ମୋତି ଉତ୍ପାଦନ କରିବା ସହ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଲଛମନ ନିଜର ଦୁଇଟି ଗୋଡ଼ ହରାଇଥିଲେ । ପୋଖରୀରେ ମୋତି ବା ମୁକ୍ତା ଚାଷ କରି ଅନେକଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିପାରିଛନ୍ତି । ଇଚ୍ଛା ଶକ୍ତି ଥିଲେ ପଙ୍ଗୁ ବି ଗିରି ଲଙ୍ଘିପାରେ ଏହାକୁ ପ୍ରମାଣିତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ବୋଡେନ ବ୍ଲକ ପଲସାମାଲ ଗ୍ରାମରେ ଦିବ୍ୟାଙ୍ଗ ଚାଷୀ ଲଛମନଙ୍କର ଏକ ପୋଖରୀ ରହିଥିଲା । ସେହି ପୋଖରୀରେ ଶାମୁକା ଚାଷ ପାଇଁ ତାଙ୍କ ବନ୍ଧୁ ମାୟାଧର ତାଙ୍କୁ ପ୍ରେରିତ କରିଥିଲେ । ଶାମୁକା ଚାଷ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିଲେ । ଚାଷ ପାଇଁ ସଂକଳ୍ପ ନେଇ ସମୁଦ୍ରର ଲୁଣି ଜଳ ହେଉ ବା ପଲସାମାଲ ଗ୍ରାମର ପୋଖରୀର ମିଠା ଜଳରେ ଶାମୁକା ଚାଷ କରି ଦେଖାଇଛନ୍ତି ।

Leave A Reply

Your email address will not be published.