oom

ଇ-ନାମ ମାର୍କେଟର ବ୍ୟାପକତା କୃଷିଜାତ ଦ୍ରବ୍ୟକୁ ବହୁମାତ୍ରାରେ ଇ-ନାମ ପ୍ଲାଟଫର୍ମ ମାଧ୍ୟମରେ କ୍ରୟ ବିକ୍ରୟ କରାଯିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଇ-ନାମ ମାର୍କେଟର ବ୍ୟାପକତା କୃଷିଜାତ ଦ୍ରବ୍ୟକୁ ବହୁମାତ୍ରାରେ ଇ-ନାମ ପ୍ଲାଟଫର୍ମ ମାଧ୍ୟମରେ କ୍ରୟ ବିକ୍ରୟ କରାଯିବା ଉଦ୍ଦେଶ୍ୟରେ ଆଜି ବରଗଡ ନିୟନ୍ତ୍ରିତ ବଜାର କମିଟି କୃଷକ ବଜାର ପରିସର ସ୍ଥିତ ଇ-ନାମ ସମ୍ମିଳନୀ କକ୍ଷରେ ଇ-ନାମ ପ୍ଲାଟଫର୍ମ ଜରିଆରେ ରେଜିଷ୍ଟ୍ରିଭୁକ୍ତ ଏଫଇଓ(କୃଷି ଉତ୍ପାଦନ ଗୋଷ୍ଠୀ)ମାନଙ୍କ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରଏମସି ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଜାର ବଳକା କୃଷିଜାତ ଦ୍ରବ୍ୟକୁ ଚାଷୀମାନେ କିଭଳି ସହଜରେ ସରଳ ଉପାୟରେ ଉଚିତ ମୂଲ୍ୟରେ ଓ ସୁବିଧାରେ ଇ-ନାମ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରୟ କରି ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଉପସ୍ଥିତ ଏଫଇଓର କର୍ମକର୍ତ୍ତା ନିଜକୁ ସକ୍ରିୟ ଭାବେ ସଂଶ୍ଲିଷ୍ଟ କରି ଏଫଇଓ କାରବାରକୁ ବୃଦ୍ଧି କରିବା ପାଇଁ ସମ୍ପାଦକ ଅନୁରୋଧ କରିଥିଲେ । ନିୟନ୍ତ୍ରିତ ବଜାର କମିଟି ତରଫରୁ ଉପସ୍ଥିତ ଏଫଇଓମାନଙ୍କୁ ଏଦିଗରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ବଜାର ଲିଙ୍କେଜ୍, ମାର୍କେଟ ଚେନ୍, ବଜାର ସୂଚନା, ବଜାର ବ୍ୟବସ୍ଥା ଇତ୍ୟାଦି ଉପରେ ଉପସ୍ଥିତ ଏଫଇଓର ସିଇଓ ଏବଂ ଅଧ୍ୟକ୍ଷମାନେ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ଆଗାମୀ ଦିନରେ ଇ-ନାମ ମାର୍କେଟକୁ କିଭଳି ଭାବରେ ବ୍ୟାପକ ମାତ୍ରାରେ ଗ୍ରହଣୀୟ ହୋଇପାରିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ମଣ୍ଡି ଆନାଲିଷ୍ଟ ଦେବାଶିଷ ପାଣିଗ୍ରାହୀ ଇ-ନାମ ମାର୍କେଟ ବ୍ୟବସ୍ଥା ଏବଂ ଏହାର ସୁବିଧା ସୁଯୋଗ ଦିଗରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଇ-ନାମର ନୋଡାଲ ଅଫିସର ଗିରିଧାରୀ ମହାକୁର ଓ ସୁପରଭାଇଜର ବିଜୟ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକ ଆୟୋଜନରେ ଅନୀଲକାନ୍ତ ଓ ଉଦୟ ବାଗ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ । ଏଫଇଓମାନଙ୍କ ମଧ୍ୟରେ ଭଟଲି କୃଷି ଉତ୍ପାଦନ ଗୋଷ୍ଠୀ, ଦଧିବାମନ କୃଷି ଉତ୍ପାଦନ ଗୋଷ୍ଠୀ, ବୀର ସୁରେନ୍ଦ୍ର ସାଏ କୃଷି ଉତ୍ପାଦନ ଗୋଷ୍ଠୀ, ଅମ୍ବାଭୋନା କୃଷି ଉତ୍ପାଦନ ଗୋଷ୍ଠୀ, ସହୀଦ ମାଧୋ ସିଂ କୃଷି ଉତ୍ପାଦନ ଗୋଷ୍ଠୀ, ସବୁଜିମା କୃଷି ଉତ୍ପାଦନ ଗୋଷ୍ଠୀ, ଚିର ସବୁଜ କୃଷି ଉତ୍ପାଦନ ଗୋଷ୍ଠୀ, ଭାଗପେଲ କୃଷି ଉତ୍ପାଦନ ଗୋଷ୍ଠୀ, ବୀର ବୈରୀ ସିଂ କୃଷି ଉତ୍ପାଦନ ଗୋଷ୍ଠୀର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.