ବାହା ହୋଇ ଫେରୁଥିଲେ ଯବାନ, ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହା ହୋଇ ଫେରୁଥିଲେ ଯବାନ ଗିରଫ କଲା ପୋଲିସ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ସୂଚନା ଅନୁଯାୟୀ ପାଟଣାଗଡ ଥାନା ଅନ୍ତର୍ଗତ ଘଷିଏନ୍ ଗାଁର ଭକ୍ତରାମ୍ ଭୋଇ ସିଆରପିଏଫ୍‌ରେ ଯବାନ ଭାବେ କାର୍ଯ୍ୟରତ । ଭକ୍ତରାମ୍ ଜଣେ ଯୁବତୀଙ୍କ ସହ ପ୍ରତାରଣା କରିଥିବା ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି । ଯୁବତୀଙ୍କ ଅଭିଯୋଗ ଅନୁସାରେ ଯବାନ ଜଣକ ତାଙ୍କ ସହ ଦୀର୍ଘ ୪ ବର୍ଷ ଧରି ବାହା ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ସେ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ କରିଛନ୍ତି ବୋଲି ଯୁବତୀ ଜଣକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଯବାନ ଜଣକ ମୁରିବାହାଲର ଏକ ମନ୍ଦିରରେ ବିବାହ କରି ଫେରୁଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ଯବାନଙ୍କ ଡ଼ାକ୍ତରୀ ମାଇନା କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

16 − ten =