ଗାଇସିଲେଟ ପୋଲିସକୁ ବଡ଼ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପୋଲିସ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଜଙ୍ଗଲରୁ କାଠ ଚୋରି ହେବା ଖବର ପାଇ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତ, ଏସଆଇ ସୁରୁ ଧରୁଆ, ଏସଆଇ ଉଦ୍ଧବ ବିଶ୍ଵାଳ, ହାବିଲଦାର ରାଜକୁମାର ଯୋଶୀ, କନେଷ୍ଟବଳ ପରେଶ୍ ଦାସ, ଡ୍ରାଇଭର ବିପ୍ର ଭୋଇ ସଦଳବଳେ ଅତର୍କିତ ଭାବେ ଚଢ଼ାଉ କରି ଘଡ଼ଘଡିମାଲ ଜଙ୍ଗଲ ଭିତରୁ ଏକ ଖଇର କାଠ ଲୋଡ୍‌ ହୋଇଥିବା ପିକ୍‌ଅପ୍‌ ଗାଡ଼ି ନଂ. ଓଡ଼ି ୧୩ ବି ୩୦୭୦କୁ ଜବତ କରିଥିଲେ । ପୋଲିସ ଗାଡ଼ିକୁ ଦେଖି ଡ୍ରାଇଭର ଓ ମାଲିକ ଫେରାର୍‌ ମାରିଥିଲେ । ପୋଲିସ ଉକ୍ତ ଗାଡ଼ିକୁ ଥାନାକୁ ଆଣି ଧାରା ୫୬ ଫରେଷ୍ଟ ଏକ୍ଟ ଅନୁସାରେ ତଦନ୍ତ କରିବା ପାଇଁ ଡେପୁଟି ରେଞ୍ଜର ସୁଦାମ ଜଗଦଳାଙ୍କୁ ଜପତି ତାଲିକା ସହ ହସ୍ତାନ୍ତର କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

2 × 3 =