oom

ଜାଲ ନୋଟ୍‌ କାରବାର ଘଟଣାରେ ଟିଟିଲାଗଡ ପୋଲିସର ଚଢାଉ : ଚାରି ଜଣ ଗିରଫ ଓ କୋର୍ଟ ଚାଲାଣ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଅଞ୍ଚଳରେ ଜାଲ ନୋଟ୍‌ କାରବାର ହେଉଥିବା ଖବର ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କୁ ଅବଗତ କରାଇବା ପରେ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରଯାଇଥିଲା । ରବିବାର ଦିନ ଟିଟିଲାଗଡ ନିକଟସ୍ଥ ନାରେନ ଗ୍ରାମର ଦୁର୍ଗା ମନ୍ଦିର ପଛପଟେ ଏହି ନକଲି ନୋଟ କାରବାରରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ଟିଟିଲାଗଡ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ମୁରିବାହାଲ ସିଲେଟପଡ଼ାର ଖିରୋଦ ରଣା, କଳାହାଣ୍ଡି ଜିଲ୍ଲା କେ ଗାଁର ଛବିଲାଲ ବାଗ, କଳାହାଣ୍ଡି ଜିଲ୍ଲା ତୁର୍ପି ଗ୍ରାମର ତୁରାଙ୍ଗ ବାଗ, କଳାହାଣ୍ଡି ଜିଲ୍ଲା କେ ଗାଁର କେଶବ ଭୋଇ ବୋଲି ଜଣାପଡିଛି । ଏ ନେଇ ଟିଟିଲାଗଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏହି ଚଢ଼ାଉ କିପରି ହୋଇଥିଲା ସେ ବିଷୟରେ କହିବା ସହ ସେମାନଙ୍କ ଠାରୁ ୧୦,୫୦,୪୦୦ ଟଙ୍କାର ଜାଲ ନୋଟ, ଭାରତୀୟ ଟଙ୍କା ୧,୧୨,୦୨୦ଟଙ୍କା, ଚାରୋଟି ମୋବାଇଲ ଫୋନ, ତିନୋଟି ମଟର ସାଇକେଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଜାଲ ନୋଟ କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ବିଷୟରେ ତଦନ୍ତ ଚାଲୁଛି ଏବଂ ଟଙ୍କା କେଉଁଠୁ, କାହାଠୁ ଅଣା ଯାଉଥିଲା ? କାହାକୁ ଦିଆ ଯାଇଥାନ୍ତା ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓଙ୍କ ସହ ଥାନାଧିକାରୀ ରଞ୍ଜନ କୁମାର ବରିହା ଏବଂ ପୋଲିସ ଟିମ୍‌ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.