ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡ଼ିଶା ରେଳ ସମନ୍ୱୟ ସମିତିର ଏକ ଜରୁରୀକାଳୀନ ବୈଠକ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସେକ୍ଟର ୩ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍ତର ଓଡିଶା ସହ ରେଳ ଯୋଗାଯୋଗ ନେଇ ରାଉରକେଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତା ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ଵାଗତ ଭାଷଣ ଦେଇଥିଲେ ଓ ସହସାଧାରଣ ସମ୍ପାଦକ ସଦାନନ୍ଦ ସାହୁ ବୈଠକର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଉପସ୍ଥାପନା କରିଥିଲେ । ଉପଦେଷ୍ଟା ଅମୂଲ୍ୟ କୁମାର ବରାଳ, ଶଶଧର ପାତ୍ର ଅନେକ ତଥ୍ୟ ଭିତ୍ତିକ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚେତନ ନାଗରିକ ମଞ୍ଚର ସଂପାଦକ ପତିତପାବନ ରାୟ, କଂଗ୍ରେସ ନେତା ଦେବବ୍ରତ ବିହାରୀ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ଅବସରପ୍ରାପ୍ତ ଇଂ ଉତ୍ତମ କୁମାର ସାମଲ, ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହେଶ ଦୀପ୍‌, ସିଆଇଟିୟ ରତ୍ନାକର ନାୟକ, ଏଆଇଟିୟୁସିର ରମେଶ ସେଠୀ, ରଜନୀକାନ୍ତ ସ୍ଵାଇଁ, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଉପସଭାପତି ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମ୍ପାଦକ ସୁବ୍ରତ କୁମାର ମଲ୍ଲିକ ସଭା ପରିଚାଳନାରେ ସହଯୋଗ କରିଥିଲେ । ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ରାଜ୍ୟ, କେନ୍ଦ୍ର ଓ ରେଳ ବିଭାଗର ସମନ୍ୱୟର ଅଭାବ ଯୋଗୁଁ ଉତ୍ତର ପଶ୍ଚିମ ଓଡ଼ିଶାର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳ ହେଲେ ସମୟ ଓ ଅର୍ଥ ସଞ୍ଚୟ ହେବ ଏବଂ ଇସ୍ପାତ ନଗରୀ ସହିତ ବନ୍ଦର ନଗରୀର ସେତୁ ସ୍ଥାପିତ ହୋଇ ପାରିବ । ଗମନାଗମନ, ଆର୍ଥିକ ବିକାଶ, ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ । ରେଳ ବୋର୍ଡର ସଭ୍ୟ ପ୍ରଶାନ୍ତ ନନ୍ଦ, ସାଂସଦ ଜୁଏଲ ଓରାମ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବାକୁ ମତ ପ୍ରକାଶ ପାଇଥିଲା । ଆଗାମୀ ସଂସଦ ଅଧିବେଶନରେ ଏକ ପ୍ରତନିଧି ଦଳ ଦିଲ୍ଲୀ ଗସ୍ତ କରି ଓଡ଼ିଶାର ସାଂସଦମାନଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!