ସାମ୍ବାଦିକଙ୍କୁ ଟାର୍ଗେଟ ନକରି ତୁଷୁରା ସହରର ଜବରଦଖଲ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କୁ ଦାବୀ କଲା ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କୁ ଟାର୍ଗେଟ ନକରି ତୁଷୁରା ସହରରେ ବେଆଇନ ଭାବେ ଜବରଦଖଲ କରିଥିବା ଜମିକୁ ଉଚ୍ଛେଦ କରିବାକୁ ଶୁକ୍ରବାର ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ । ଦାବୀପତ୍ରରେ ଦର୍ଶାଇଛନ୍ତି ଯେ, ତୁଷୁରା ସହରରେ ଦିନକୁ ଦିନ ଜବରଦଖଲ ବଢିଚାଲିଛି । ଏଥି ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେବା ସହ ଟ୍ରାଫିକ ନିୟନ୍ତ୍ରଣ କରିବା ପୋଲିସର ନାକେଦମ ପାଲିଟିଛି । ଏପରିକି ବିଭିନ୍ନ ରାସ୍ତାରେ ହମ୍ସ ଥିବାରୁ ତାକୁ ହଟାଇବାକୁ ଉଦ୍ୟମ କରୁନଥିବା ବେଳେ ଏନ୍‌ଏସି ପ୍ରଶାସନ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟାର୍ଗେଟ କରି ହଇରାଣ କରୁଛନ୍ତି । ସେ ସବୁ ସମୟରେ ଏନ୍‌ଏସି ପ୍ରଶାସନର ଦୋଷ ଦୁର୍ବଳତା ପଦାରେ ପକାଉଥିବାରୁ ତାଙ୍କୁ ମାତ୍ର ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ କରାଯାଇଛି । ଏଣୁ ତୁରନ୍ତ ସହରର ସମସ୍ତ ଜବରଦଖଲକାରୀଙ୍କୁ ନୋଟିସ କରିବା ସହ ଏନ୍‌ଏସିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବୀପତ୍ରରେ ଦର୍ଶାଇଛନ୍ତି । ଏହି ଦାବୀପତ୍ର ପ୍ରଦାନ ବେଳେ ସଂଘର ବଲାଙ୍ଗିର ସଭାପତି ମନୋଜ କୁମାର ଜୈନ, ସଂପାଦକ ପଞ୍ଚାନନ ନାଏକ, ପି ମହାନ୍ତି, ରାଜେଶ ବଗର୍ତ୍ତୀ ଆଦି ଉପସ୍ଥିତ ଥିଲେ । ସହରରେ ଲାଗି ରହିଥିବା ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବୀପତ୍ର ପ୍ରଦାନକୁ ସ୍ୱାଗତ ଜଣାଇଛନ୍ତି ଆଇନଜୀବୀ ସୁମିତ ମିଶ୍ର ।

Leave A Reply

Your email address will not be published.