csstore

ମା’ ସାହାଜୀ ଯୁବକ ସଂଘର ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ବେଶ ପରିଚିତ ମା’ ସାହାଜୀ ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରସ୍ତୁତି ବୈଠକରେ ମା’ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସଂଯୋଜକ ପୃଥ୍ୱୀରାଜ ବାଗ ଉପସ୍ଥିତ ରହି କିପରି ଭାବେ ଧୁମ୍‌ଧାମ୍‌ରେ ରୌପ୍ୟ ଜୟନ୍ତୀ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଏହି ସମାରୋହକୁ ସ୍ଥଗିତ ରଖାଯାଇଥିଲା । ଆସନ୍ତା ମଇ ମାସର ଶେଷ ସପ୍ତାହରେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ସଭା ପରିଚାଳନା କରିଥିଲେ । ଏଥିରେ ସଂଘର ଜିତେନ୍ଦ୍ର ହଂସ, ଦେବାଶିଷ ବିଶି, ବିଶ୍ୱଜିତ ହଂସ, ରୋଶନ ବିଶି, ଦୀପକ ରଞ୍ଜନ ହଂସ, ରଶ୍ମିରଞ୍ଜନ ହଂସ ପ୍ରମୁଖଙ୍କ ସହ ବହୁ ସଦସ୍ୟମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ । ଏଥିରେ କ୍ଲବ୍‌ର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.