ଦେଶୀମଦ ଜବତ, ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା କୁରୁଲ ଗାଁରେ ୨୨ ଲିଟର ଦେଶୀମଦ ଜବତ କରି ଦୁଇଜଣଙ୍କୁ ଗିରଫ୍‌ କରିଛି ପୁଲିସ । ଗିରଫ ଦ୍ୱୟ ହେଲେ ତ୍ରିନାଥ ସେଠ(୩୪) ଏବଂ ଭକ୍ତବନ୍ଧୁ ପଟେଲ (୪୦) । ସୂଚନା ଅନୁସାରେ ଗାଁରେ ଉକ୍ତ ଦୁଇ ଅଭିଯୁକ୍ତ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା । ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.