ତୃତୀୟ ପର୍ଯ୍ୟାୟରେ 5T ସ୍କୁଲ ରୂପାନ୍ତରଣ ଉଦ୍‌ଘାଟନ ଅବସରରେ କୁଶକେଲା ପଞ୍ଚାୟତର ୨ଟି ସ୍କୁଲ ଲୋକାର୍ପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ ପଞ୍ଚାୟତର ଲିମପଡା ଓ କୁଶକେଲା ଗ୍ରାମର ୨ଟି 5T ସ୍କୁଲର ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍‌ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । କୁଶକେଲା ପଞ୍ଚାୟତରେ ୨ଟି 5T ସ୍କୁଲ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଓ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ କୁଶକେଲା ଗ୍ରାମ ପଞ୍ଚାୟତବାସୀ ତଥା ସରପଞ୍ଚ ଶ୍ରୀମତୀ ପୁଷ୍ପା ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । କୁଶକେଲା ଗ୍ରାମ ପଞ୍ଚାୟତର ବହୁତ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି । ଏହି ଉଦ୍‌ଘାଟନ ଅବସରରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୁଷ୍ପା ମହାନନ୍ଦ, ସମାଜସେବୀ ପ୍ରକାଶ ମହାନନ୍ଦ, ନାଏବ ସରପଞ୍ଚ ନରେନ୍ଦ୍ର ଗହିର, ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ସ୍କୁଲ କମିଟିର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.