ହାଇ ଲେବୁଲ ସେତୁର ନିର୍ମାଣ କାର୍ଯ୍ୟ ତଦାରଖ କଲେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜୁ ସେତୁ ଯୋଜନାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଉଚ୍ଚବାଲି ଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ଅଛି ହାଇ ଲେବୁଲ ସେତୁ । ଜିଲ୍ଲାର ୧୦ଟି ପଞ୍ଚାୟତ ଓ ମୟୂରଭଞ୍ଜ ଜିଲ୍ଲାର ୭ଟି ପଞ୍ଚାୟତବାସୀ ଉପକୃତ ହେବେ । ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ କ୍ଷେତ୍ରସ୍ତରରେ ତଦାରଖ କରି ଏକମାସରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.