csstore

ସାନଟିକାରେ କଂସ ଦରବାର : ହନୁମାନ ମନ୍ଦିର ଓ ପାରାୟଣ ମଣ୍ଡପ ପ୍ରତିଷ୍ଠା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରସିଦ୍ଧ ଶୈବପୀଠ ସାନଟିକାରେ ହନୁମାନ ମନ୍ଦିର ଓ ପାରାୟଣ ମଣ୍ଡପ ପ୍ରତିଷ୍ଠା ଅବସରରେ କଂସ ଦରବାର ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗତ ୧୨ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୮ ତାରିଖରେ ଶେଷ ହେବ । ମନ୍ଦିର ପଡିଆରେ ପ୍ରତ୍ୟହ କଂସ ମହାରାଜଙ୍କ ଦରବାର ବସିବା ସହିତ ଅଂଚଳର ନେତା ଓ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି । ମହାରାଜା କଂସ ଭୂମିକାରେ ବରିଷ୍ଠ କଳାକାର ଅକ୍ଷୟ ଭୋଇଙ୍କ ଅଭିନୟ ଦର୍ଶକମାନଙ୍କୁ ବିଳମ୍ବିତ ରାତିଯାଏ ବାନ୍ଧି ରଖୁଛି । ଏହି ଅବସରରେ ସୁରସଙ୍ଗମ, ଲୋଇସିଂହା, ଜୟ ବଜରଙ୍ଗବଲି ସାଂସ୍କୃତିକ ପରିଷଦ ନଅଗାଁ, ପଞ୍ଚମ, ବଲାଙ୍ଗିର ଏବଂ ଲୋକପ୍ରିୟ କଳାକାର ଦିଲୀପ ଦୀପ ଓ ସାଥୀ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ବିଭିନ୍ନ ଦିନରେ ଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ରାଜ୍ୟ ଗୃହ ନିର୍ମାଣ ବୋର୍ଡ଼ର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମୋହନ ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସ୍ଥାନୀୟ ସରପଞ୍ଚ ବୃନ୍ଦାବନ ସେଠ, ସମିତି ସଭ୍ୟ ଟୁନା ଦଣ୍ଡସେନା, ପଟୁଆପାଲି ସରପଞ୍ଚ ରବି ବସ୍ତିଆ ପ୍ରମୁଖ । ପ୍ରତିଦିନ ରାତିରେ ନାଟକ, ଦଣ୍ଡନୃତ୍ୟ ପରିବେଷଣ ସହିତ ନାମଯଜ୍ଞ ଓ ପାରାୟଣ ଗାନ ଚରାଯାଉଛି । ମନ୍ଦିର କମିଟି ସଭାପତି କହ୍ନେଇ ପ୍ରଧାନ, କମିଟିର ସଦସ୍ୟବୃନ୍ଦ ଏବଂ ଗ୍ରାମବାସୀ ଏହି ସମାରୋହ ପରିଚାଳନା କରୁଛନ୍ତି ।

jayashree
Leave A Reply

Your email address will not be published.