oom

ସାପ୍ତାହିକ ବଜାରରେ ରେଡକ୍ରସ ତରଫରୁ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ ଗ୍ରାମ ପଂଚାୟତ ସାପ୍ତାହିକ ବଜାରରେ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ତତ୍ୱାବଧାନ ତଥା ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ ସଂଯୋଜନା କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିଲେ । ବିଦ୍ୟାଳୟର ୧୨ ଜଣ ଶିକ୍ଷକ ତଥା ଶିକ୍ଷୟତ୍ରୀ ଓ ମାତ୍ର ୬ ଜଣ ଜୁନିୟରକୁ ନେଇ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମକୁ ସକାଳ ୭ ଟାରେ ଶୁଭାରମ୍ଭ ହୋଇଥିଲା । ବଜାରରେ ଥିବା ଦେକାନୀ, ବ୍ୟବସାୟୀ, ଚାଷୀ ଗ୍ରାହକମାନଙ୍କୁ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିଣ ପରିଶ୍ରମ କରନ୍ତୁ ନାହିଁ, ଜରୁରୀ କାମରେ ବାହାରକୁ ଯିବା ବେଳେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଓ ଛତା ବ୍ୟବହାର କରନ୍ତୁ, ପାଣି ବୋତଲ ସାଙ୍ଗରେ ଧରି ନିଅନ୍ତୁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆରଏସ୍‌ ଦ୍ରବଣ ତଥା ତରଭୁଜ, କାକୁଡି ଆଦି ଖାଅନ୍ତୁ, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ, ଗୃହପାଳିତ ପଶୁମାନଙ୍କୁ ଛାଇରେ ରଖନ୍ତୁ ଓ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ, ପାଣି ପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ ପ୍ଲା କାର୍ଡ ଓ ପୋଷ୍ଟର ବଣ୍ଟନ କରିଥିଲେ । ସମସ୍ତଙ୍କୁ ପାଣି ବୋତଲ ମଧ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଯଶୋବନ୍ତି ସୁନା, ଶିକ୍ଷକ କୃପାସିନ୍ଧୁ ମିଶ୍ର, ଦୀପକସେନ ଧରୁଆ, ସମୀର ସେଠି, ହିମାଂଶୁ ବିଶ୍ୱାଲ, ଜୁନିୟର ଜୟନ୍ତ ରଣା, ସୁମନ କୁମ୍ଭାର, ଲିପସା ରଣା, ଦୁଲ୍ଲବୀ ରଣା, ସାହିଲ ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.