csstore

ବଲାଙ୍ଗିର ଜିଲ୍ଲାରେ “ଚାଲ ଆମେ ସ୍କୁଲ ଯିମା” ସଚେତନତା ଅଭିଯାନ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୬ ରୁ ୧୪ ବର୍ଷ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ଓ ବିଦ୍ୟାଳୟରେ ସେମାନଙ୍କର ନିୟମିତ ପାଠପଢାକୁ ସୁନିଶ୍ଚିତ କରିବା ଉଦ୍ୟେଶ୍ୟରେ “ଚାଲ ଆମେ ସ୍କୁଲ ଯିମା” ସଚେତନତା ଅଭିଯାନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଡି ଆଇ ଇ ଟି ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠି ମଞ୍ଚାସୀନ ଥିଲେ । ନୂତନ ଭାବେରେ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଫୁଲ ଓ ପୁସ୍ତକ ପ୍ରଦାନ କରି ସ୍ଵାଗତ କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ପରିକ୍ରମା କରିବାକୁ ଥିବା “ଚାଲ ଆମେ ସ୍କୁଲ ଯିମା” ସଚେତନତା ରଥକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

jayashree
Leave A Reply

Your email address will not be published.