୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜା କଲେ ବଣାଇ ବିଧାୟକ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବଣାଇ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଵତନ୍ତ୍ର ଉନ୍ନୟନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ବଣାଇ ସହରର ମା’ କୁମାରୀ ମନ୍ଦିରର ସୁରକ୍ଷା ପାଚେରୀ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜା କରିଥିଲେ । ସଭାରେ ଉଦ୍‌ବୋଧନ ଦେଇ ଉନ୍ନୟନ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଶରଦ ସାମନ୍ତ, ହନୁମାନ କମିଟିର ସଭାପତି ରୁଦ୍ର ଚରଣ ବାରିକ, ସିପିଆଇଏମ୍ ନେତା ଭୁବନେଶ୍ଵର ସାହୁ, ପ୍ରଦୀପ କୁମାର ଜିତ, ଗିରିଧାରୀ ତ୍ରିପାଠୀ, ମାନସ କୁମାର ସାହୁ, ଶ୍ରୀକାନ୍ତ ଦଣ୍ଡିଆ, ଅଶୋକ କୁମାର ମିଶ୍ର, ରଞ୍ଜିତ କୁମାର ସେଠୀ, ଭବାନୀ ଶଙ୍କର ନାଏକ, ସଚ୍ଚିଦାନନ୍ଦ ନାଏକ, ସରୋଜ କାନ୍ତ ସାହୁ, ବେଣୁଧର ମୁଣ୍ଡା, ତପନ କୁମାର ମିଶ୍ର, ଲୁଲୁ ଗନ୍ତାୟତ, ରମାକାନ୍ତ ଭଞ୍ଜ, ମିଥୁନ ଦଲେଇ, ରମେଶ ଦେଓ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି କେନ୍ଦ୍ରୀକଳା ସ୍ଥିତ ନୀଳାଚଳ ସାରସ୍ଵତ ସଙ୍ଘ ପୁରୀ ବଣାଇ ଶାଖା ଆଶ୍ରମର ସମ୍ପୂର୍ଣ୍ଣକରଣ ପାଇଁ ୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପର ମଧ୍ୟ ବିଧାୟକ ଭୂମିପୂଜା କରିଥିଲେ । ଏଥିରେ ବିଧାୟକଙ୍କ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀ, ସଂଘର ସଭାପତି ସୁରେନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ଜହବନ୍ଧୁ ଗହୀର, ପରମାନନ୍ଦ ସାହୁ, ଦିଲୀପ ତ୍ରିପାଠୀ, ମାନସ ରଞ୍ଜନ ପତି, ସନାତନ ସାହୁ, ନାଗାର୍ଜୁନ ମିଶ୍ର, ରେବତୀ ମହନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.