oom

ଭାରତୀୟ ବିକାଶ ପରିଷଦର ସୂଚନା, ମାନବ ଓ ଖାଉଟି ଅଧିକାର କର୍ମଶାଳା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ, ମାନବ ଅଧିକାର ଆଇନ ଏବଂ ଖାଉଟି ଅଧିକାର ଆଇନ ଉପରେ ଏକ ଦିନିକିଆ ସଚେତନତା କର୍ମଶାଳା ଭାରତୀୟ ବିକାଶ ପରିଷଦ ଆନୁକୂଲ୍ୟରେ ବ୍ରହ୍ମପୁର ବିଜିପୁର ସ୍ଥିତ ସନ୍ତୋଷୀ ମା’ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କର୍ମଶାଳାକୁ ଉଦ୍‌ଘାଟନ କରି ମାନବୀୟ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସୂଚନା ଅଧିକାର ଉପରେ ବିଶ୍ୱମ୍ବର ପାତ୍ର, ଖାଉଟି ସଚେତନତା ଆଇନ ଅଧିକାର ଉପରେ କାମେଶ୍ୱର ରାଓ, ସମ୍ବିଧାନ ଓ ନାଗରିକ ଅଧିକାର ଉପରେ ଗୁରୁ ଚରଣ ପାତ୍ର, ସୂଚନା ଅଧିକାରର ଆଇନ ଦିଗ ଉପରେ ସମ୍ପାଦକ ରାଜେନ୍ଦ୍ର ଦଳ ବେହେରା ଆଲୋଚନା କରିବା ସହ ବିଭିନ୍ନ ୨୨ ଗୋଟି ବ୍ଲକ ଅଞ୍ଚଳରୁ ଏନ୍. ନୀଳମାଧବ ପାତ୍ର, ଗୁରୁଦେବ ବେହେରା, ପରମାନନ୍ଦ ମହାରଣା, ଶଙ୍କର ପ୍ରଧାନ, ରାମ ବାବୁ ଦୋରା, ଦିନେଶ ରାଜ, ମିନତୀ ପାତ୍ର, ହରପ୍ରିୟା ବେହେରା, ସୁଶାନ୍ତ ସାସ୍ମଲ୍, ଶିବରାମ ମାହଙ୍କୁଡ, ସୁମତି ପାଢ଼ି, ଝରଣା ସ୍ୱାଇଁ, କବିରାଜ ଗୌଡ଼, ଆନନ୍ଦ ସାଗର, ଅମର ପ୍ରଧାନ ସମେତ ଶତାଧିକ ସାମାଜିକ କର୍ମୀମାନେ ଯୋଗଦାନ କରି ପ୍ରଶିକ୍ଷଣ ନେଇଥିଲେ ।

jittmm
Leave A Reply

Your email address will not be published.