ନୂଆପଡା ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ନୂଆପଡା ଆଦିବାସୀ କଲ୍ୟାଣ ସଂଘ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ନୂଆପଡା ଆଦିବାସୀ କଲ୍ୟାଣ ସଂଘ । ତେବେ ଭିତରେ କିଛି କର୍ମଚାରୀ ଫସି ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଜାତିଗତ ପ୍ରମାଣ ପତ୍ର, ଇନ୍‌କମ ସାର୍ଟିଫିକେଟ, ଲିଗାଲହିୟର, ପଟ୍ଟା, ମ୍ୟୁଟେସନ, ରେସିଡେନ୍ସ ସାର୍ଟିଫିକେଟ ଲୋକେ ଆବେଦନ କରି ମାସ ମାସ ତହସିଲକୁ ଧାଉଁଛନ୍ତି । ମାସ ନୁହେଁ ବର୍ଷ ବର୍ଷ ଧରି ନୂଆପଡା ତହସିଲକୁ ଆସିଲେ ମଧ୍ୟ କାମ ହୋଇପାରୁନାହିଁ । ଯେଉଁଥି ପାଇଁ ଗତ ମାସ ୧୬ ତାରିଖରେ ଜମି ବିକ୍ରି ଅନୁମତି ପାଇଁ ସ୍ଥାନୀୟ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ ନାମକ ଜଣେ ବ୍ୟକ୍ତି ନୂଆପଡା ତହସିଲ କାର୍ଯ୍ୟାଳୟ ଭିତରେ ପେଟ୍ରୋଲ ଢାଳି ଆତ୍ମାହୂତି ଦେଇଥିଲେ । କାର୍ଯ୍ୟରେ ଅବହେଳା ପାଇଁ ତତ୍କାଳୀନ ତହସିଲଦାରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି ।

Leave A Reply

Your email address will not be published.