jayashree

ଶେରଗଡ଼ରେ ସପ୍ତାହବ୍ୟାପି ଚାଲିଥିବା ଶ୍ରୀମଦ୍‌ ଭାଗବତ କଥାମୃତ ଉଦ୍‌ଯାପିତ

  • ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଦୀକ୍ଷାନ୍ତ ପ୍ରବଚନ

ଶେରଗଡ଼, (କେପିଏନ୍‌ଏସ୍‌) : ଈଶ୍ୱରଙ୍କୁ ଜାଣିବା ଏବଂ ନିଷ୍ଠାର ସହିତ ଉପାସନା କଲେ ଭଗବତ ପ୍ରାପ୍ତ ହୋଇପାରିବ ବୋଲି ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ମତ ଦେଇଛନ୍ତି । ସ୍ଥାନୀୟ କଳିଙ୍ଗ ବୈଶ୍ୟ ସମାଜ ଗୃହଠାରେ ସପ୍ତାହବ୍ୟାପି ଚାଲିଥିବା ଶ୍ରୀମଦ୍‌ ଭାଗବତ କଥାମୃତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ପଣ୍ଡା କହିଲେ ମାନବୀୟ ଗୁଣବୃତ୍ତିର ବିକାଶ, ଈଶ୍ୱରୀୟ ଚେତନାରେ ସାମାଜିକ ଶୃଙ୍ଖଳା ରକ୍ଷା କରିବା, ଗୃହେ ଗୃହେ ଭାଗବତ ଜ୍ଞାନ ବିତରଣ ଓ ପ୍ରସାର କରିବା ଆବଶ୍ୟକତା ରହିଛି । ଗୌରାଙ୍ଗ ଚେତନାର ବିକାଶ, ଗୁରୁବାଦ, ଶାସ୍ତ୍ରବାଦ, ଏକେଶ୍ୱରବାଦ, ଜନ୍ମାନ୍ତରବାଦ ପ୍ରତିଷ୍ଠା ଲାଭ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଉଦ୍‌ଯାପନୀ ଦିବସରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ପ୍ରଦୀପ ପ୍ରଜ୍ୱଳନ କରି ଆଜିର ସମାଜରେ ଭାଗବତ ଚେତନାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ବୃନ୍ଦାବନବାସୀ ସୁଚିତ୍ର ମହାରାଜ, ସତ୍ୟସାଇ ସଂଗଠନର ମୁଖ୍ୟ ମୁନା ଦାଶ, ବାବୁଲି ପାତ୍ର, ସମାଜସେବୀ ବଳରାମ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, କଳିଙ୍ଗ ବୈଶ୍ୟ ସମାଜର ସଭାପତି ଅଶୋକ କୁମାର ପାତ୍ର, ପୂର୍ବତନ ସଭାପତି ବି. ଚେଇନି ପାତ୍ର, ସଭ୍ୟ ଏସ. କାମେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପ୍ରତ୍ୟହ ଶେରଗଡ଼ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନଭୋଗ ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.