ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ବଜାର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ସନ୍ତୋଷ ମହାନ୍ତି, ଯିତେନ୍ଦ୍ର ପୃଷ୍ଟି, ସମାଜସେବୀ ନଳିନୀ ରଞ୍ଜନ ପଟ୍ଟନାୟକ, ଘୋରଡିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶଚନ୍ଦ୍ର ଦାଶ, ଅଭୟମୁଖି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବଚରଣ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜ୍ଞାନରଞ୍ଜନ ବାହିନୀପତି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା । ଏହି ଦିନକୁ ସେବେଠାରୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରୀ ଐଶୋର୍ର୍ୟା ରାୟଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏହି ଦିବସ ଅବସରରେ ଓଡିଆ ଜାତିର ସଂସ୍କୃତି ପରମ୍ପରାର ମାଣଓଷା, ଖୁଦୁରୁକୁଣୀ, ଜନ୍ମାଷ୍ଟମୀ, ରଜ, କୁମାର ପୂର୍ଣ୍ଣମୀ ପ୍ରଭୃତି ପର୍ବର ଉପସ୍ଥାପନା କରିଥିଲେ । ଶିକ୍ଷୟତ୍ରୀ ଶ୍ୱେତା ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଝରଣା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୁବାସ ଚନ୍ଦ୍ର ବେହେରା, ଜ୍ୟୋତିରଞ୍ଜନ ନାଥ, ଶିକ୍ଷୟତ୍ରୀ ଲିନାରାଣୀ ସ୍ୱାଇଁ, ସୁମିତ୍ରା ରାଉତରାୟ, ମୀନା ମଙ୍ଗରାଜ, କାଦମ୍ବିନୀ ସାହୁ, ବିଜୟଲକ୍ଷ୍ମୀ ଛାଟୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭମା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍କଳ ଦିବସ ଅବସରରେ ଶିକ୍ଷକ ଅଭୟଚରଣ ସାହୁ, ଟିକେଇ ଦଳେଇ, ନରାୟଣ ବରାଳ, ମାନସରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଓଡିଆ ସାଧବପୁଅ, ପାଇକପୁଅ, ଭାଷା ଓ ସସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ ।