ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ଓ ଏସ୍ଏପି ଅଷ୍ଟମ ବାଟାଲିୟନରେ ୮୮ତମ ପୋଲିସ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ କୁମାର ସିଂ ଯୋଗଦେଇ ପ୍ୟାରେଡରେ ସିପାହୀମାନଙ୍କ ଅଭିବାଦାନ ଗ୍ରହଣ କରିବା ସହ ଉପସ୍ଥିତ ସମସ୍ତ ଅଧିକାରୀ, ହାବିଲଦାର ଓ ସିପାହୀମାନଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରାଯାଇଥିଲା । ଉତ୍ତମ କାର୍ଯ୍ୟଦକ୍ଷତା ସମ୍ପନ୍ନ ପୋଲିସମାନଙ୍କୁ ସମ୍ମାନିତ କରାଯାଇଥିଲା । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଇନର ରକ୍ଷା କରି ସାଧାରଣ ଜନତାଙ୍କ ସୁରକ୍ଷା ପୋଲିସର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ସ୍ଥାନୀୟ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ କରାଯିବା ସହ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ୟାରେଡ କମାଣ୍ଡେଣ୍ଟ ଅରୁଣ ପ୍ରଧାନ, ସେକେଣ୍ଡ ଇନ କମାଣ୍ଡେଣ୍ଟ ମନୋଜ କୁମାର ଦାଶ, ବ୍ରହ୍ମାନନ୍ଦ ମଲିକ, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଅଧିକାରୀଙ୍କ ସହ ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ବେଷ୍ଟ ସବ ଇନିସ୍ପେକ୍ଟର ପଞ୍ଚାନନ ଦାଶ, ଏଏସ୍ଆଇ ଦୀନବନ୍ଧୁ ନାୟକ, ହାବିଲଦାର ଏନ୍ ରାମେୟା ରେଡି, ବେଷ୍ଟ ସିପାହୀ ଆର୍ତ୍ତତ୍ରାଣ ଶତପଥୀ, ଲକ୍ଷ୍ମୀ ନାରାୟଣ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ।
Prev Post