jsm

ରାମଚନ୍ଦ୍ରପୁର ଗାଁରେ ଶ୍ରୀରାମ ନବମୀ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଶ୍ରୀରାମ ନବମୀ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରାମଚନ୍ଦ୍ରପୁର ଗାଁରେ ପ୍ରତି ବର୍ଷ ଶ୍ରୀରାମ ନବମୀ ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରାମଲୀଳା ନାଟକ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥାଏ ଓ ଦର୍ଶକମାନଙ୍କ ମଧ୍ୟ ପ୍ରବଳ ଭିଡ ହେଇଥାଏ ରାମଲୀଳା ଦେଖିବା ପାଇଁ । ରାମଲୀଳା ପାଇଁ ଆଖ ପାଖ ଅଞ୍ଚଳରେ ରାମଚନ୍ଦ୍ରପୁର ପ୍ରସିଦ୍ଧ । ଏହି ପୌରାଣିକ ନାଟକ ଦେଖିବା ପାଇଁ କେବଳ ରାମଚନ୍ଦ୍ରପୁର ନୁହେଁ, ଆଖ ପାଖର ସମସ୍ତ ଗାଁର ଦର୍ଶକ ଆକର୍ଷିତ ହୋଇ ଆସି ରାମଲୀଳାର ଆନନ୍ଦ ନେଇଥାନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ ଶ୍ରୀରାମ ଜନ୍ମ ନାଟକ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ଦିବସରେ ସୀତା ବିବାହ ନାଟକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଶ୍ରୀରାମ ଭୂମିକାରେ ଅନନ୍ତ ଚନ୍ଦନ, ସୀତା ଭୂମିକାରେ ଦୟାରାମ ସେଠ, ଲକ୍ଷ୍ମଣ ଭୂମିକାରେ ତ୍ରିଲୋଚନ ପାତ୍ର, ଦଶରଥ ଭୂମିକାରେ ବୃନ୍ଦାବନ ଜାଲ, ଜନକ ଭୂମିକାରେ ନାରାୟଣ ବକୁଲ, ଭରତ ଭୂମିକାରେ ଶରତ ପଟେଲ, ଶତ୍ରୁଘ୍ନ ଭୂମିକାରେ ବୀର ଷାଣ୍ଢ, ବିଶ୍ଵାମିତ୍ର ଭୂମିକାରେ କାଲେନ୍ଦ୍ର ଜାଲ ପ୍ରମୁଖ ଅଭିନୟ କରିଥିଲେ । ଏଠାରେ ସୀତା ବିବାହ ଦିନ ଗ୍ରାମର ସମସ୍ତ ପରିବାରକୁ ନିମନ୍ତ୍ରଣ କରାଯାଇଥାଏ ଓ ସମସ୍ତେ ଏହି ଦିନ ସୀତା ବିବାହରେ ଉପସ୍ଥିତ ରହିଥାନ୍ତି ।

yuvodaya
Leave A Reply

Your email address will not be published.