ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲରେ ୨୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ସମ୍ପୂର୍ଣ୍ଣ : ଏପ୍ରିଲ ୪ରୁ ରହିବେ ବିଦ୍ୟାର୍ଥୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ପ୍ରତିଷ୍ଠିତ ସ୍କୁଲମାନଙ୍କ ମଧ୍ୟରୁ ଓମ ଭ୍ୟାଲି ସ୍କୁଲ ଅନ୍ୟତମ । ଏହି ସ୍କୁଲଟି ଗ୍ରୀନ ସ୍କୁଲ କନସେପ୍ଟରେ ତିଆରି । ସ୍କୁଲ ଭିତରେ ପିଲାଙ୍କ ରହିବା ପାଇଁ ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀ ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ପିଲାଙ୍କ ପାଇଁ ସହର ଭିତରେ ସେମାନଙ୍କୁ ରଖିବାର ବ୍ୟବସ୍ଥା କରିଥିଲେ । ଏହାକୁ ଆଖି ଆଗରେ ରଖି ୨୫୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶନିବାର ଦିନ ସେହି ଛାତ୍ରାବାସ ପିଲାଙ୍କ ପାଇଁ ଲୋକାର୍ପିତ ହେବା ପୂର୍ବରୁ ଏକ ରାମାୟଣ ପଠନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ବରଗଡରୁ ପୂଜକମାନେ ଆସି ପୂଜାର୍ଚ୍ଚନା କରିବା ସହ ୨୪ ଘଣ୍ଟିଆ ରାମାୟଣ ପଠନ କରାଯାଉଛି । ଏପ୍ରିଲ ୪ ତାରିଖରୁ ଏଠାରେ ପିଲାମାନେ ରହି ପାରିବେ ବୋଲି ସ୍କୁଲ ପ୍ରତିଷ୍ଠାତା ଦୀପକ ସାହୁ ସୂଚନା ଦେଇଛନ୍ତି । ଏହି ଛାତ୍ରାବାସରେ ୬୦ଟି କୋଠରି ରହିଛି । ପ୍ରତି କୋଠରିରେ ୪ ଜଣ ପିଲା ରହିପାରିବେ । କୋଠରି ଭିତରେ ସମସ୍ତଙ୍କ ଜିନିଷ ରଖିବା ପାଇଁ କାଠ ଆଲମାରୀ, ଖଟ, ଶୌଚାଳୟ, ହାତ ଧୁଆ ବେଶିନ, ଫ୍ୟାନ ରହିଛି । ଏଠାରେ ୬ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ରହିବେ ।

ଏହି ସ୍କୁଲ ଭିତରେ ବିଭିନ୍ନ ବର୍ଗର ଖେଳ ପାଇଁ ପଡ଼ିଆ ମଧ୍ୟ ତିଆରି କରାଯାଉଛି । ଯେମିତିକି ଭଲିବଲ, କ୍ରିକେଟ, ଫୁଟବଲ, ଟେବୁଲ ଟେନିସ ପାଇଁ ସ୍ଵତନ୍ତ୍ର ଖେଳ ପଡିଆ ରହିଛି । ଭଲ ଶିକ୍ଷା ପ୍ରଦାନ ପାଇଁ ନୂତନ ବିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ମଧ୍ୟ କରାଯାଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ଏହି ସ୍କୁଲର ଛାତ୍ରଛାତ୍ରୀ ଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷାରେ ଭଲ ମାର୍କ ରଖି ସ୍କୁଲ ପାଇଁ ଗୌରବ ମଧ୍ୟ ଆଣିଛନ୍ତି ।

Leave A Reply

Your email address will not be published.