କୁଣ୍ଡାବୁଟୁଲା ଛେଳିଆ ସାହୁ ହାଇସ୍କୁଲର ୩୫ତମ ବାର୍ଷିକ ଉତ୍ସବ ପାଳିତ

  • ଶିକ୍ଷା ହିଁ ମଣିଷର ମୂଳମନ୍ତ୍ର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ଗାଁରେ ଥିବା ଛେଳିଆ ସାହୁ ହାଇସ୍କୁଲର ୩୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧୀର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଉଦ୍ଧବ ବେହେରା, କୁଣ୍ଡାବୁଟୁଲା ସରପଞ୍ଚ ପୂର୍ଣ୍ଣିମା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, କୁଣ୍ଡାବୁଟୁଲା ପଞ୍ଚାୟତର ସମିତି ସଭ୍ୟା ରୀତା ସାହୁ, ପୂର୍ବତନ ସମିତି ସଭ୍ୟ ହଂସରାଜ ସାହୁ, ପ୍ରତିଷ୍ଠାତାଙ୍କ ଧର୍ମପତ୍ନୀ ବାସନ୍ତୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୁଣ୍ଡାବୁଟୁଲା ସ୍କୁଲର କିପରି ଭାବେ ବିକାଶ ହୋଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଶିକ୍ଷା ହିଁ ମଣିଷର ମୂଳମନ୍ତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରତାପ କୁମାର ସାହୁ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବୃନ୍ଦାବନ ସାହୁ, ଶିକ୍ଷୟିତ୍ରୀ ନିର୍ମଳା ସିଂ, ପ୍ରତାପ କୁମାର ସାହୁ, ସୁରେଶନ ବେହେରା, କିରାଣୀ ଭୀଷ୍ମରାଜ ସାହୁ, ପିଅନ ସୁବଳ ପୁଞ୍ଜି, ସୁଦର୍ଶନ ବେହେରା, ଦେବରାଜ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ଏହାକୁ ଦର୍ଶକମାନେ ଉପଭୋଗ କରିଥିଲେ । ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.