jsm

ବଲାଙ୍ଗିରରେ ବିଶ୍ୱ ତୃତୀୟଲିଙ୍ଗୀ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ସୋସିଆଲ୍‌ ଜଷ୍ଟିସ୍‌ ଏଣ୍ଡ୍‌ ଏମ୍‌ପାୱାର୍‌ମେଣ୍ଟ ବିଭାଗର ନେସନାଲ୍‌ କାଉନ୍‌ସିଲ୍‌ ଫର୍‌ ଟ୍ରାନ୍ସଜେଣ୍ଡର୍‌ ପର୍‌ସନ୍‌ ମୀରା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ବଲାଙ୍ଗିର ଯାଦବ ଭବନଠାରେ ପାଳିତ ହୋଇଯାଇଛି ବିଶ୍ୱ ତୃତୀୟଲିଙ୍ଗୀ ଦିବସ । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ଡିଏସ୍‌ଓ ନବକୃଷ୍ଣ ସାହୁ, ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ୱାର୍ଡ ନଂ.୨ କାଉନ୍‌ସିଲର୍‌ ସରିତା ଦାସ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶ୍ୱ ତୃତୀୟଲିଙ୍ଗୀ ଦିବସ ଉପଲକ୍ଷେ ଅତିଥିମାନଙ୍କ ସହ ଟ୍ରାନ୍ସଜେଣ୍ଡର୍‌ମାନେ କେକ୍‌ କାଟି ସେଲିବ୍ରେଟ୍‌ କରିଥିବା ବେଳେ ଏହି ଅବସରରେ ଟ୍ରାନ୍ସଜେଣ୍ଡର୍‌ମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଟ୍ରାନ୍ସଜେଣ୍ଡର୍‌ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଟ୍ରାନ୍ସଜେଣ୍ଡର୍‌ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଡିଏସ୍‌ଓ ଶ୍ରୀ ସାହୁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଟ୍ରାନ୍ସଜେଣ୍ଡର୍‌ମାନେ ଯୋଗଦାନ କରିଥିବା ବେଳେ ମୀରା ପରିଡ଼ା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ ହେବା ପାଇଁ ଆହ୍ୱାନ କରିଥିଲେ ।

yuvodaya
Leave A Reply

Your email address will not be published.